Below header

ଖୁସି ଖବର! ଦେଶରେ ବଦଳୁଛି ସ୍ଥିତି, ଏବେ ପ୍ରତିଦିନ ଦରକାର ପଡୁଛି ୯୦୦ ମେଟ୍ରିକ ଟନ୍ କମ୍ ଅକ୍ସିଜେନ୍

କରୋନାର ଦ୍ଵିତୀୟ ଲହରୀ ସହ ଅକ୍ସିଜେନ୍ ଅଭାବ ମଧ୍ୟ ପରିଲକ୍ଷିତ ହେଉଛି। ଚଳିତବର୍ଷ ଲୋକମାନେ ଅକ୍ସିଜେନ୍ ସଙ୍କଟ ଦେଇ ଗତି କରୁଛନ୍ତି। କିନ୍ତୁ ଏବେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଗତ ୭୨ ଘଣ୍ଟା ମଧ୍ୟରେ ମେଡିକାଲରେ କମ୍ ପରିମାଣ ଅକ୍ସିଜେନ୍ ଆବଶ୍ୟକ ହୋଇଛି। ଏହା ଏକ ଖୁସିର କଥା ବୋଲି କହିଛନ୍ତି ବିଶେଷଜ୍ଞ।

ଜଣେ ଅଧିକାରୀ କହିଛନ୍ତି, କିଛି ଦିନ ତଳେ ପ୍ରତିଦିନ ୮୯୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଆବଶ୍ୟକ ପଡୁଥିଲା। କିନ୍ତୁ ଏବେ ଏହା କମି ୮୦୦୦ ମେଟ୍ରିକ ଟନ୍ ହୋଇଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି। ଯେଉଁମାନେ ବର୍ତ୍ତମାନ ସଂକ୍ରମିତ ଅଛନ୍ତି ସେମାନଙ୍କ ଅବସ୍ଥାରେ ସୁଧାର ଆସୁଛି। ଫଳରେ ସେମାନଙ୍କୁ ଆଉ ଅକ୍ସିଜେନ୍ ଆବଶ୍ୟକ ପଡୁନାହିଁ। ଏହା ଏକ ଆଶ୍ୱସ୍ତିକର କଥା ବୋଲି ଅଧିକାରୀ ଜଣକ କହିଛନ୍ତି।

ସୂଚନାଯୋଗ୍ୟ ଯେ ଦେଶର ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ ଗୁଜରାଟରେ ଅକ୍ସିଜେନର ଘୋର ଅଭାବ ଦେଖିବାକୁ ମିଳିଥିଲା। ସେଠାରେ ଶହ ଶହ ରୋଗୀ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ମୁଖରେ ମଧ୍ୟ ପଡ଼ିଥିଲେ। କିନ୍ତୁ ଏବେ ସ୍ଥିତିରେ ଟିକେ ସୁଧାର ଆସିଥିବା ପରିଲକ୍ଷିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.