Below header

ଅଭିନେତ୍ରୀ ଅନୀତା ହସନନ୍ଦାନୀ ଦେଖାଇଲେ ଶିଶୁପୁତ୍ରର ମୁହଁ, ଦେଲେ ପରଫେକ୍ଟ ଫ୍ୟାମିଲି ପୋଜ୍‌, ଫଟୋ ଭାଇରାଲ

ଅଭିନେତ୍ରୀ ଅନୀତା ହସନନ୍ଦାନୀ ବର୍ତ୍ତମାନ ହାପି ସ୍ପେସ୍‌ରେ ଅଛନ୍ତି। ସେ ମଦରହୁଡ୍‌ ଏନ୍‌ଜୟ କରୁଛନ୍ତି। ନିକଟରେ ଅନୀତା ଶିଶୁପୁତ୍ରର ମା’ ହୋଇଛନ୍ତି। ସୋସିଆଲ ମିଡିଆରେ ପୁଅ ସହିତ ଫଟୋ ଶେୟାର କରିବାରେ ଲାଗିଛନ୍ତି। ତେବେ ଅନୀତା ଏବେ ପ୍ରଥମ ଥର ନିଜ ଫ୍ୟାନ୍‌ମାନଙ୍କୁ ଶିଶୁପୁତ୍ରର ମୁହଁ ଦେଖାଇଛନ୍ତି।

ଅଭିନେତ୍ରୀ ରବିବାର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ସ୍ୱାମୀଙ୍କ ସହିତ ପ୍ରଥମେ ବେବି ବମ୍ପ୍‌ ଫ୍ଲଣ୍ଟ୍‌ କରୁଛନ୍ତି ଏବଂ ପରେ ଦୁହେଁ ପୁଅକୁ ସାଥୀରେ ଧରି ପୋଜ୍‌ ଦେଉଛନ୍ତି। ସେ ପରଫେକ୍ଟ ଫ୍ୟାମିଲି ପିକ୍ଚର ଫ୍ୟାନ୍‌ମାନଙ୍କ ସହିତ ଶେୟାର କରିଛନ୍ତି। ଏହି ଭିଡିଓକୁ ଶେୟାର କରି ଅନୀତା ଲେଖିଛନ୍ତି, ‘ଆମ ବେବି ଆରବ ଆସିଯାଇଛି।’ ଫ୍ୟାନ୍ସ ଏବଂ ସେଲିବ୍ରିଟିମାନେ ଅନୀତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଭିନେତ୍ରୀ କରିଶ୍ମା ତନ୍ନା ଲେଖିଛନ୍ତି, ‘ଶୁଭେଚ୍ଛା’। ଅଙ୍କିତା ଲୋଖଣ୍ଡେ ଲେଖିଛନ୍ତି, ‘ଓ ଲେ…, ସୋ କ୍ୟୁଟ୍‌’। ପୁଅ ଏବଂ ସ୍ୱାମୀଙ୍କ ସହିତ ଅନୀତାଙ୍କର ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। କହି ରଖୁଛୁ, ୯ ଫେବୃଆରୀରେ ଅନୀତା ଶିଶୁପୁତ୍ର ଜନ୍ମ ଦେଇଥିଲେ। ସ୍ୱାମୀ ରୋହିତ ସୋସିଆଲ ମିଡିଆରେ ଅନୀତାଙ୍କ ଡେଲିଭରିର ଖୁସି ଖବର ଶେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.