ସାଉଦି ଆରବ ମରୁଭୂମିରେ ଭୀଷଣ ତୁଷାରପାତ, ଓଟ ପିଠିରେ ବିଛେଇ ହେଲା ବରଫର ଧଳା ଚାଦର, ଭାଙ୍ଗିଲା ୫୦ ବର୍ଷର ରେକର୍ଡ

ସାଉଦି ଆରବରେ ଯଦି ଭୀଷଣ ତୁଷାରପାତ ଖବର ସାମ୍ନାକୁ ଆସିବ, ତ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଲୋକେ ଭାବିବାକୁ ଲାଗିବେ ଯେ ମରୁଭୂମି ଭଳି ଏକ ଗରମ ଅଞ୍ଚଳରେ ଏହା କିପରି ସମ୍ଭବ? କିନ୍ତୁ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ନିକଟରେ ସୋସିଆଲ ମିଡିଆରେ କିଛି ଫଟୋ ଏବଂ ଭିଡିଓ ଶେୟାର କରାଯାଇଛି, ଯେଉଁଥିରେ କୁହାଯାଇଛି କି, ସାଉଦି ଆରବରେ ତୁଷାରପାତ ହେଉଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି, ଏଠାରେ ତୁଷାରପାତ ଏତେ ଭୀଷଣ ଧରଣର ହୋଇଛି ଯେ, ମରୁଭୂମିର ବାଲି ସହିତ ଓଟ ପିଠି ଉପରେ ବି ବରଫର ଧଳା ଚାଦର ବିଛେଇ ହୋଇଛି। କୁହାଯାଉଛି, ପାଖାପାଖି ୫୦ ବର୍ଷ ପରେ ଏଭଳି ଦୃଶ୍ୟ ପୁଣିଥରେ ଦେଖିବାକୁ ମିଳୁଛି। ଯଦିଓ ଏହା ପୂର୍ବରୁ ତୁଷାରପାତ ହୋଇଛି, କିନ୍ତୁ ଏତେ ବଡ଼ ଧରଣର ହୋଇ ନାହିଁ। ସାଉଦି ଆରବରେ ହୋଇଥିବା ଏହି ତୁଷାରପାତ ପୂରା ଗଲ୍ଫ ଦେଶଗୁଡ଼ିକ ପାଇଁ ଏକ ଦୁର୍ଲ୍ଲଭ ଘଟଣା।

କହି ରଖୁଛୁ, ୧ ସପ୍ତାହ ହେବ ଏଠାରେ ବରଫ ଭଳି ଥଣ୍ଡା ଶୀତ ଅନୁଭୂତ ହେଉଛି। ତାପମାତ୍ରା ମାଇନସ୍‌ ୨ ଡିଗ୍ରୀରେ ପହଞ୍ଚିଯାଇଛି। ଆବାସୀୟ ଅଞ୍ଚଳରେ ଲୋକଙ୍କ ସହିତ ପଶୁପକ୍ଷୀମାନେ ମଧ୍ୟ ବଡ଼ ସମସ୍ୟାରେ ପଡ଼ିଛନ୍ତି। ତେବେ ଏହାରି ଭିତରେ ପାଣିପାଗ ବିଭାଗ ତୁଷାରପାତକୁ ନେଇ ଚେତାବନୀ ଜାରି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.