ମାରୁତି Wagon r CNG କାର ଉପରେ ମିଳୁଛି ୩୨ ହଜାର ଟଙ୍କାର ଡିସକାଉଣ୍ଟ, ଜାଣନ୍ତୁ ପୂରା ଅଫର

ମାରୁତି ସୁଜୁକି ନିଜର ସବୁଠାରୁ ପପୁଲାର କାର ର ସିଏନଜି ଭେରିୟଣ୍ଟରେ ୩୨ ହଜାର ଟଙ୍କା ରିହାତି ଦେଉଛି। ପେଟ୍ରୋଲର ଦର ବୃଦ୍ଧି ଭିତରେ ଯଦି ଆପଣ ଏହି କାରକୁ କିଣିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ପାଖରେ ଏହା ହେଉଛି ବହୁତ ବଢ଼ିଆ ମଉକା। ଏହି କାରକୁ ଆପଣ ପ୍ଲାଟଫର୍ମରେ କିଣିପାରିବେ। କମ୍ପାନୀ ପକ୍ଷରୁ ଏହି କାର୍ ଉପରେ ଆପଣଙ୍କୁ କ୍ୟାସ ଡିସକାଉଣ୍ଟ, କର୍ପୋରେଟ୍ ଡିସକାଉଣ୍ଟ, ଲୟାଲ୍ଟୀ ବୋନସ୍ ଏବଂ ଏକ୍ସଚେଞ୍ଜ ଡିସକାଉଣ୍ଟ ଦିଆଯାଉଛି।

Wagon r CNGର ଫିଚର୍ସ

ମାରୁତି ର ସିଏନଜି ଭେରିୟଣ୍ଟରେ ୭ ଇଞ୍ଚର ଟଚ୍ ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ ଦିଆଯାଇଛି। ଏହାସହିତ ଏଥିରେ ଆଣ୍ଡ୍ରଏଡ୍ ଅଟୋ ଆପ୍ପଲ କାର ପ୍ଲେ କନେକ୍ଟିଭିଟୀ ଦିଆଯାଇଛି। ଏଥିରେ ଭଲଭୋ ଷ୍ଟାଇଲରେ ଟେଲ୍ ଲାଇଟ୍ସ ଦିଆଯାଇଛି। ସେହିପରି ପଛରେ କଳା ରଙ୍ଗର ସି-ପିଲର ରିଅର ଓ୍ଵିଣ୍ଡୋ ଏବଂ ଟେଲଗେଟକୁ ଟଚ୍ କରିଥାଏ। ମୋଟାମୋଟି ଭାବରେ ଦେଖିବାକୁ ଗଲେ ନୂଆ ଓ୍ଵାଗନ ଆରର ଡିଜାଇନ୍ ବକ୍ସି ଲୁକ୍ ଦେଉଛି।

ମାରୁତି Wagon r CNGର ଇଞ୍ଜିନ୍‌

ମାରୁତି ର ସିଏନଜି ଭେରିୟଣ୍ଟରେ ଆପଣଙ୍କୁ ୧.୦ ଲିଟରର ଇଞ୍ଜିନ ମିଳିବ। ଯାହାକୁ ୫୫୦୦ ଆରପିଏସ ଉପରେ 68ps ପାଓ୍ଵାର ଏବଂ ୨୫୦୦ ଆରପିଏସରେ  90Nmର ଟର୍କ ଜେନେରେଟ୍ କରିଥାଏ।

ମାରୁତି Wagon r CNGଦାମ୍‌

ମାରୁତିର ନୂଆ Wagon r CNGର ଦାମ୍ ୫ ଲକ୍ଷ ହଜାର ଟଙ୍କା ରହିଛି। ଏହି କାର୍ ଉପରେ ଆପଣଙ୍କୁ ୩୨ ହଜାର ଟଙ୍କାର ରିହାତି ମିଳିପାରିବ। ଯେଉଁଥିରେ କ୍ୟାସ୍ ଡିସକାଉଣ୍ଟ, କର୍ପୋରେଟ୍ ଡିସକାଉଣ୍ଟ ଏବଂ ଲୟାଲ୍ଟୀ ବୋନସ୍ ସାମିଲ ରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଅଫର କେବଳ ଦିଲ୍ଲୀ-ଏନସିଆରରେ ଉପଲବ୍ଧ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.