କନ୍ଧମାଳ ତୁମୁଡିବନ୍ଧ ଅଞ୍ଚଳରେ ଦୁଇ ବଣୁଆ ହାତୀଙ୍କ ଉପଦ୍ରବ, ରାସ୍ତା ଭୁଲି ଆସିଥିବା ଅନୁମାନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ। ତୁମୁଡିବନ୍ଧ ରେଞ୍ଜ ବେନାରବାଲ ଠାରେ ୫୯ନଂ ଜାତୀୟ ରାଜପଥ ପାରି ହୋଇ ଜଙ୍ଗଲରେ ବୁଲୁଛନ୍ତି ଦୁଇଟି ହାତୀ । ବେନାରବାଲ ଗାଁ ମୁଖ୍ୟରାସ୍ତାରେ ସ୍ଥାନୀୟ ବାସିନ୍ଦା ରାସ୍ତା ଅତିକ୍ରମ କରି ଯାଉଥିବା ବେଳେ ହୋହଲା କରିବାରୁ ଜଙ୍ଗଲ ଅଭିମୁଖେ ମୁହାଁଇଥିଲା ହାତୀ।

ପରେ ଗୁମାରପଦର ଜଙ୍ଗଲରେ ବୁଲୁଛନ୍ତି ହାତୀ ପଲ । ହାତୀପଲ କଳାହାଣ୍ଡି ରାମପୁର ଅଞ୍ଚଳରୁ ଆସିଥିବା ଜଣାପଡ଼ିଛି। ଏମାନେ କୌଣସି କ୍ଷତି ଘଟାଇନଥିବା ବେଳେ ବନ ବିଭାଗ ଏମାନଙ୍କ ଉପରେ ନଜର ରଖିଥିବା କହିଛନ୍ତି ତୁମୁଡିବନ୍ଧ ରେଞ୍ଜର । ଏଥିରେ ମାଈ ହାତୀ ସହ ଛୁଆ ହାତୀ ରହିଛନ୍ତି। କଳାହାଣ୍ଡି କର୍ଲାପାଟ ଅଞ୍ଚଳରୁ ହାତୀ ପଲ କନ୍ଧମାଳ ତୁମୁଡିବନ୍ଧ ଆଡ଼କୁ ଆସିଥିବା ବେଳେ ହାତୀ ପଲରୁ ମା ଓ ଛୁଆ ହାତୀ ରାସ୍ତା ଭୁଲି ତୁମୁଡିବନ୍ଧ ଜଙ୍ଗଲ ପଳାଇ ଆସିଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.