Below header

୧୯ ବର୍ଷ ବୟସରେ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ ଅଙ୍କିତା ଲୋଖଣ୍ଡେ, ରୋଲ୍‌ ବଦଳରେ ପ୍ରଡ୍ୟୁସର ରଖିଥିଲେ ଏହି ସର୍ତ୍ତ

ବଲିଉଡ୍‌ରେ କାଷ୍ଟିଂ କାଉଚ୍‌ କୌଣସି ନୂଆ କଥା ନୁହେଁ। ଅନେକ ଅଭିନେତ୍ରୀ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା ପୂର୍ବରୁ ଅଭିଯୋଗ ଆଣି ସାରିଛନ୍ତି। ଆଉ ଏବେ ଏହି ତାଲିକାରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ନାଁ ବି ଆସିଯାଇଛି। ନିକଟରେ ସେ ଏହି କଥାର ଖୁଲାସା କରିଛନ୍ତି।

ଏକ ଇଣ୍ଟରଭ୍ୟୁରେ ଅଙ୍କିତା କହିଛନ୍ତି, ‘ଯେବେ ମୁଁ ସାଉଥ୍‌ ଫିଲ୍ମର ଅଡିଶନ ପାଇଁ ଯାଇଥିଲି, ତ ମୋତେ ରୋଲ୍‌ ବଦଳରେ କମ୍ପ୍ରମାଇଜ୍‌ କରିବାକୁ କୁହାଯାଇଥିଲା’। ଅଙ୍କିତା ପୂରା ଘଟଣା ବର୍ଣ୍ଣନା କରି କହିଥିଲେ ଯେ ‘ଏହି ଘଟଣା ସେବେ ଘଟିଥିଲା, ଯେବେ ମୁଁ ବହୁତ ୟୁଙ୍ଗ୍‌ ଥିଲି। ଅଡିଶନ ପାଇଁ ନେଇଥିବା ବ୍ୟକ୍ତି ମୋତେ ପଚାରିଥିଲେ କି, କ’ଣ ଆପଣ କମ୍ପ୍ରମାଇଜ୍‌ କରିବାକୁ ପ୍ରସ୍ତୁତ ଅଛନ୍ତି? ମୁଁ ବି ବହୁତ ସ୍ମାର୍ଟ ଥିଲି। ମୁଁ ରୁମ୍‌ରେ ଏକୁଟିଆ ଥିଲି। ସେହି ସମୟରେ ବୋଧ ହୁଏ ମୋର ବୟସ ୧୯ କି ୨୦ ଥିଲା’।

ପୁଣି ଅଙ୍କିତା କହିଥିଲେ, ‘ଉକ୍ତ ବ୍ୟକ୍ତିଙ୍କୁ ମୁଁ ପଚାରିଥିଲି କି, ଆପଣଙ୍କ ପ୍ରଡ୍ୟୁସର ମୋଠାରୁ କେଉଁଭଳି କମ୍ପ୍ରମାଇଜ୍‌ ଚାହୁଁଛନ୍ତି? କ’ଣ ମୋତେ ପାର୍ଟି କିମ୍ବା ଡିନର ପାଇଁ ଯିବାକୁ ପଡ଼ିବ? ସେହି ବ୍ୟକ୍ତି ସିଧା ସିଧା ମୋତେ କହିଥିଲେ, ରୋଲ ପାଇବା ପାଇଁ ମୋତେ ପ୍ରଡ୍ୟୁସରଙ୍କ ସହିତ ଶୋଇବାକୁ ପଡ଼ିବ ଏବଂ ଯେତେବେଳେ ସେ ଏହି କଥା କହିଲେ, ମୁଁ ତାଙ୍କ ବ୍ୟାଣ୍ଡ ବଜାଇ ଦେଇଥିଲି’।

‘ମୁଁ ତାଙ୍କୁ କହିଥିଲି, ମୋତେ ଲାଗୁଛି ତୁମ ପ୍ରଡ୍ୟୁସରଙ୍କୁ ଶୋଇବା ପାଇଁ ଝିଅ ଦରକାର। କାମ କରିବା ପାଇଁ ଟ୍ୟାଲେଣ୍ଟଡ ଝିଅ ଦରକାର ନାହିଁ। ଏହା କହି ମୁଁ ସେଠାରୁ ପଳାଇ ଆସିଲି। ଏହାପରେ ସେହି ବ୍ୟକ୍ତି ଜଣକ ମୋତେ କ୍ଷମା ମାଗିଥିଲେ ଏବଂ ମୋତେ ଫିଲ୍ମରେ କାଷ୍ଟ୍‍ କରିବାକୁ ବହୁତ ଚେଷ୍ଟା ବି କରିଥିଲେ। କିନ୍ତୁ ମୁଁ କହିଥିଲି କି, ଆପଣଙ୍କ ଫିଲ୍ମରେ କାମ କରିବାରେ ମୁଁ ଆଗ୍ରହ ରଖୁନି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.