ଇଏ ବି ଜଣେ ମା’! ଛୁଆକୁ କୋଳରେ ଧରି ବରଯାତ୍ରୀରେ ଲାଇଟ୍‌ ମୁଣ୍ଡେଇ ଯାଉଛନ୍ତି ମହିଳା; ଭାଇରାଲ ହେଉଛି ଏହି ହୃଦୟ ବିଦାରକ ଦୃଶ୍ୟ

ମା’ ଏକ ଏମିତି ଶବ୍ଦ, ଯାହାକୁ ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ମା’ଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଛି। ନିଜ ସନ୍ତାନ ପାଇଁ ମା’ ସବୁ କିଛି କରିବାକୁ ପ୍ରସ୍ତୁତ ଥାଏ। ନିଜକୁ ଯେତେ କଷ୍ଟ ହେଉନା କାହିଁକି ଛୁଆ ଉପରେ ଟିକେ ବି ଆଞ୍ଚ ଆସିବାକୁ ଦେଇନଥାଏ ମା’। ଏବେ ସୋସିଆଲ ମିଡିଆରେ ସେଭଳି ଜଣେ ମା’ଙ୍କ ଫଟୋ ଭାଇରାଲ ହେଉଛି, ଯାହାକୁ ଲୋକେ ଦେବୀ ବୋଲି ସମ୍ବୋଧିତ କରିଛନ୍ତି।

ଏହି ଫଟୋଟିକୁ ଉଦ୍ୟୋଗପତି ହର୍ଷ ଗୋୟନକା ସେୟାର କରିଛନ୍ତି। ପରେ ଫଟୋଟିି ଦେଖୁ ଦେଖୁ ଖୁବ୍‌ ଭାଇରାଲ ହୋଇଯାଇଥିଲା। ଫଟୋଟି ଏକ ବରଯାତ୍ରୀର। ଏଥିରେ ବର ଘୋଡ଼ାରେ ବସି ବିବାହ କରିବାକୁ ଯାଉଥିବା ବେଳେ ପଛରେ ଜଣେ ମହିଳା ଲାଇଟ୍‌ ମୁଣ୍ଡେଇକି ଯାଉଛନ୍ତି।

ଫଟୋକୁ ଟିକେ ନିରୀକ୍ଷଣ କଲେ ଜାଣିପାରିବେ ଲାଇଟ୍‌ ମୁଣ୍ଡେଇଥିବା ମହିଳାଙ୍କ କାନ୍ଧରେ ଏକ ପୁଟୁଳି ଝୁଲିଛି ଓ ସେଥିରେ କୁନି ପିଲାଟି ଶୋଇଛି।
ମହିଳା ଜଣକ ଜଣେ ମା’। ଯିଏ ପେଟ ପୋଷିବାକୁ କାମ କରୁଥିବା ବେଳେ ନିଜ ଦାୟିତ୍ୱ କିନ୍ତୁ ଭୁଲିନାହାନ୍ତି। ଓଜନିଆ ଲାଇଟ୍‌ ମୁଣ୍ଡାଇ ଚାଲିବା ବେଳେ କଷ୍ଟ ହେଉଥିଲେ ବି ସେ ଛୁଆକୁ ତଳେ ଛାଡ଼ିପାରିନାହାନ୍ତି। କାରଣ ସେ ଜଣେ ମା’। ଫଟୋରେ ଏହି ମା’ଙ୍କ ଅସହାୟତା ଦେଖି ୟୁଜରମାନେ ଇମୋସନାଲ ହୋଇପଡ଼ିଛନ୍ତି ଓ ତାଙ୍କୁ ସମସ୍ତେ ସଲାମ୍‌ କରିଛନ୍ତି।

ଫଟୋଟି ମାର୍ଚ୍ଚ ୨୧ ତାରିଖରେ ସେୟାର କରାଯାଇଛି। ଏବେ ଯାଏଁ ଏଥିରେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଲାଇକ୍‌ ଦେଇଥିବା ବେଳେ ୩ ହଜାର ଲୋକ କମେଣ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.