Below header

ସାଇଲେନ୍ସର ଚୋରି କରୁଥିବା ବେଳେ ଅଚାନକ୍‌ ମୁଣ୍ଡ ଉପରେ ପଡିଗଲା ଗାଡି, କ୍ଷଣକେ ଚାଲିଗଲା ଜୀବନ

ମଣିଷ ବଞ୍ଚିବା ପାଇଁ ଅନେକ ପନ୍ଥା ଆପଣାଇଥାଏ। କିଛି ଲୋକ ଖରାପ ପନ୍ଥା ଆପଣାଇ ଚୋରି କରିଥାନ୍ତି। ଚୋରି କରି ନିଜ ଆବଶ୍ୟକତାକୁ ପୂରଣ କରିଥାନ୍ତି। ହେଲେ କେତେବେଳେ ଏହି ଚୋରି ଜୀବନ ଉପରେ ଭାରୀ ପଡିଯାଏ ତାହା ଜଣାପଡେନି। ଆମେରିକା କାଲିଫର୍ଣ୍ଣିଆ ଅଞ୍ଚଳରେ ଥିବା ଜଣେ ଚୋର ଏଭଳି ସ୍ଥିତିର ସମ୍ମୁଖିନ ହୋଇଛି।

ଚୋରଟି କାରରୁ Catalytic converter ଚୋରି କରୁଥିଲା। ଠିକ୍‌ ଏହି ସମୟରେ କାରଟି ତା’ ଉପରେ ପଡିଗଲା। ଘଟଣା ସ୍ଥଳରେ ହିଁ କ୍ଷଣକ ମଧ୍ୟରେ ଲୋକଟିର ଜୀବନ ଚାଲିଗଲା। ରିପୋର୍ଟ ଅନୁଯାୟୀ, ଏହି କାରଟି Toyota priusର। ଗାଡିର ଜ୍ୟାକ୍‌ ଫେଲ ହେତୁ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ପଡିଥିବା ମୃତଦେହକୁ ସକାଳେ ଜଣେ କର୍ମଚାରୀ ଦେଖିଥିଲେ।

kiro8789
pc: yahoo finance

ଆପଣଙ୍କୁ କହିଦେବାକୁ ଚାହୁଁଛୁ ଯେ Catalytic converter ମେସିନ ସାହାଯ୍ୟରେ ଗାଡିରୁ ଦୂଷିତ ଗ୍ୟାସ୍‌ ବାହାରକୁ ଯାଇଥାଏ। ନ୍ୟାସନାଲ ଇନସୁରାନ୍ସ କ୍ରାଇମ୍‌ ବ୍ୟୁରୋ ରିପୋର୍ଟ ଅନୁଯାୟୀ, ଏହି ମେସିନଟି ମହାମାରୀ ସମୟରେ ଅଧିକ ଚୋରି ହୋଇଥିଲା। ଉକ୍ତ ମେସିନଟି Rhodium ଓ Palladium ଧାତୁରେ ତିଆରି ହୋଇଛି ଯାହାର ମୂଲ୍ୟ ସୁନା ଠାରୁ ବି ଢ଼େର୍‌ ଅଧିକ। ଆଧୁନିକ ଦୁନିଆରେ ସବୁ କିିଛି ମହଙ୍ଗା ହୋଇଥିବା ବେଳେ ଏହି ମେସିନ ଚୋରିର ମାତ୍ରା ଅଧିକ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.