Below header

ଅଙ୍କିତାଙ୍କ ଅଧା ଫ୍ଲାଟ୍‌କୁ ଯେକୌଣସି ମୁହୂର୍ତ୍ତରେ ବି କବ୍ଜା କରିପାରନ୍ତି ସୁଶାନ୍ତଙ୍କ ପରିବାର ଲୋକ!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ବେଳେ ତାଙ୍କ ଫ୍ଲାଟ୍‌ କଥା ବି ସାମ୍ନାକୁ ଆସିଛି, ଯେଉଁଥିରେ ଏବେ ଅଙ୍କିତା ଲୋଖଣ୍ଡେ ରହୁଛନ୍ତି। ଅଙ୍କିତା ସୋସିଆଲ ମିଡିଆରେ ନିଜ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ସହ ସଫେଇ ଦେଇ କହିଥିଲେ ସେ ନିଜେ ନିଜର ଇଏମ୍‌ଆଇ ପୈଠ କରିଥାନ୍ତି। କିନ୍ତୁ କେବଳ ନିଜ ଫ୍ଲାଟ୍‌ର। ଏଣୁ ସୁଶାନ୍ତ ନିଜ ଫ୍ଲାଟର ଇଏମ୍‌ଆଇ କ’ଣ ନିଜେ ଦେଉଥିଲେ ବୋଲି ପ୍ରଶ୍ନ ଉଠିଛି। ତେବେ ଆହୁରି ମଧ୍ୟ ପ୍ରଶ୍ନ ଉଠିଛି ଯେ ଯଦି ସୁଶାନ୍ତ ନିଜ ଫ୍ଲାଟ୍‌ର ଇଏମ୍‌ଆଇ ଭରୁଥିଲେ ତେବେ ସେ ଅଙ୍କିତାଙ୍କୁ କେମିତି ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଏସବୁ କଥାର ଖୁଲାସା ଅଙ୍କିତା କରିନାହାନ୍ତି।

ଅଙ୍କିତାଙ୍କ ତରଫରୁ ଜାରି କରାଯାଇଥିବା ବୟାନ ଅନୁସାରେ ଅଙ୍କିତା ପ୍ରତି ମାସ ୧୦ ତାରିଖରେ ୭୪,୨୯୬ ଓ ୨୩,୭୭୫ ଟଙ୍କା ପୈଠ କରୁଥିଲେ। ସୋସିଆଲ ମିଡିଆରେ ଜାରି କରିଥିବା ଷ୍ଟେଟ୍‌ମେଣ୍ଟରେ ଅଙ୍କିତା କହିଥିଲେ ଯେ ସେ ନିଜେ ନିଜର ଇଏମ୍‌ଆଇ ଦେଉଛନ୍ତି।  ଏହାର ଅର୍ଥ ସୁଶାନ୍ତ ମଧ୍ୟ ନିଜେ ନିଜର ଇଏମ୍‌ଆଇ ଦେଉଥିବେ। ତେବେ ବ୍ରେକ୍‌ଅପ୍‌ ହେବା ପରେ ଯଦି ଅଙ୍କିତା ନିଜ ଖର୍ଚ୍ଚ ନିଜେ କରୁଥିଲେ ତେବେ ସୁଶାନ୍ତଙ୍କ ଫ୍ଲାଟ୍‌କୁ କେମିତି ବ୍ୟବହାର କରୁଥିଲେ ବୋଲି ପ୍ରଶ୍ନ ଉଠିଛି। ଏନେଇ ଅଙ୍କିତା ମଧ୍ୟ କିଛି ସ୍ପଷ୍ଟ କରିନାହାନ୍ତି।

sushant_ankita

ରିପୋର୍ଟ ମୁତାବକ ଉଭୟ ଫ୍ଲାଟ୍‌ ଏକାଠି ରହିଛି। ମାତ୍ର ଅଙ୍କିତା ଓ ସୁଶାନ୍ତଙ୍କ ନାଁରେ ଅଲଗା ଅଲଗା ରେଜିଷ୍ଟର ହୋଇଛି। ସୁଶାନ୍ତ ଚାଲିଯିବା ପରେ ଏବେ ସେଠାରେ ଅଙ୍କିତା ଏକୁଟିଆ ରହୁଛନ୍ତି। ମାତ୍ର ଆଇନ୍‌ତଃ ଫ୍ଲାଟ୍‌ଟି ସୁଶାନ୍ତଙ୍କର। ଉଭୟେ ବିବାହ କରିନଥିବାରୁ ସୁଶାନ୍ତଙ୍କ ଫ୍ଲାଟ୍‌କୁ ତାଙ୍କ ପରିବାର ଲୋକ ନେଇପାରିବେ।

ସୂଚନାଯୋଗ୍ୟ ଯେ ୨୦୧୩ ମେ ୧୦ ରେ ସୁଶାନ୍ତ ଉକ୍ତ ଫ୍ଲାଟ୍‌କୁ ଗୁପ୍ତା ପରିବାର ଠାରୁ କିଣିଥିଲେ। ରେଜିଷ୍ଟ୍ରେସନ୍‌ ମୁତାବକ ସୁଶାନ୍ତ ପ୍ରଶାନ୍ତ ଗୁପ୍ତା ଓ ମାନସୀ ଗୁପ୍ତାଙ୍କ ଠାରୁ ଏହି ଫ୍ଲାଟ୍‌ କିଣିଥିଲେ। ସେହିପରି ଅଙ୍କିତା ସାବିତ୍ରୀ ଦେବୀ ଗୁପ୍ତାଙ୍କ ଠାରୁ ଫ୍ଲାଟ କିଣିଥିଲେ। ଉଭୟେ ଗୋଟିଏ ପରିବାରର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.