ଜଟଣୀ ପଦନପୁର ଗ୍ରାମରେ ମୁଖା ପିନ୍ଧା ଦୁର୍ବୁତ୍ତଙ୍କ ଗୁଳିମାଡ, ଜଣେ ଗୁରୁତର

ଖୋର୍ଦ୍ଧା: ଜଟଣୀରେ ଫୁଟିଲା ଗୁଳି। ଜଟଣୀ ଥାନା ପଦନପୁର ଗ୍ରାମରେ ଘଟିଛି ଏହି ଘଟଣା। ଗୁଳିକାଣ୍ଡରେ ଗ୍ରାମର ରଙ୍କ ରାଉତ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁଳିଟି ତାଙ୍କ ଗୋଡରେ ବାଜି ରହିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ,ଦୁଇ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଆସି ରଙ୍କଙ୍କ ଉପରେ ଗୁଳିମାଡ କରିଥିଲେ। ଜାଗା ବାଡି ବ୍ୟବସାୟକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.