ଅଟୋବାଲା ସହ ପ୍ରେମିକା ମାରିଲା ଛୁ, ୭୦ ଅଟୋ ଡ୍ରାଇଭରଙ୍କ ମୋବାଇଲ ଚୋରି କରି ପ୍ରତିଶୋଧ ନେଲା ପ୍ରେମିକ

ସବୁ ପ୍ରେମ ଯେ ବିବାହର ରୂପ ନେବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ବେଳେବେଳେ କିଛି ପ୍ରେମ ଆଖିରେ ଲୁହ ବି ଦିଏ। ଦୀର୍ଘଦିନର ସମ୍ପର୍କକୁ ଗୋଟେ ମୁହୂର୍ତ୍ତରେ ଭାଙ୍ଗିରୁଜି ଚୁର୍‌ମାର କରିପକାଏ। କେହି କେହି ଏହି ବିରହକୁ ସହ୍ୟ କରି ଆଗକୁ ବଢ଼ୁଥିବା ବେଳେ ଆଉ କେହି ପ୍ରତିଶୋଧ ପରାୟଣ ହୋଇ ନିଜ ପ୍ରିୟ ଲୋକର ଜୀବନ ନେବାକୁ ବି ପଛାନ୍ତି ନାହିଁ। କିନ୍ତୁ ଏବେ ମହାରାଷ୍ଟ୍ରର ପୁନେରେ ଜଣେ ପ୍ରତାରିତ ପ୍ରେମିକ ପ୍ରେମିକା ଉପରେ ପ୍ରତିଶୋଧ ନେବାକୁ ଯାଇ ଏମିତି କାମ କରିଛି ଯାହା କରିବାକୁ କେହି ସ୍ୱପ୍ନରେ ବି ଭାବି ନଥିବେ। ହତାଶ ପ୍ରେମିକ ଅଟୋବାଲାଙ୍କ ମୋବାଇଲ ଚୋରି କରି ପୋଲିସ ହାତରେ ଧରାପଡ଼ିଛି। ଧରାପଡ଼ିବା ପରେ ପୋଲିସ ସାମ୍ନାରେ ସେ ଯାହା ବଖାଣିଛି ତାହା ଶୁଣିଲେ ଯେ କେହି ବି ହସି ହସି ଗଡ଼ିଯିବ।

crime2

ଅଭିଯୁକ୍ତ ପ୍ରେମିକ ଭୁରାଭାଇ ଆରିଫ ଶେଖ୍‌ ପୋଲିସକୁ ଯାହା କହିଥିଲେ ତାହା ଥିଲା ଏପରି। ଆରିଫ୍‌ ଅହମ୍ମଦାବାଦରେ ଏକ ରେସ୍ତୋରାଁ ଚଳାଉଥିଲେ। ସେଠାରେ ସେ ପ୍ରିୟା ନାମ୍ନୀ ଏକ ଝିଅକୁ ଭଲ ପାଇ ବସିଥିଲୋ। ପ୍ରିୟା ମଧ୍ୟ ଆରିଫ୍‌କୁ ଖୁବ୍‌ ଭଲ ପାଉଥିଲା। ଉଭୟେ ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ପରିବାର ଲୋକ ଏହି ବିବାହକୁ ବିରୋଧ କରିଥିଲେ। ପରେ ଆରିଫ୍‌ ନୂଆ ଜୀବନ ଆରମ୍ଭ କରିବାକୁ ପୁନେ ଚାଲିଆସିଥିଲା। କିନ୍ତୁ ପୁନେ ଆସିବାର ଦୁଇ ଦିନ ପରେ ପ୍ରିୟା ଏକ ଅଟୋବାଲା ସହ ଫେରାର ହୋଇଗଲା।

ଏହା ଶୁଣିବା ପରେ ଆରିଫ୍‌ ପୁଣି ଥରେ ଅହମ୍ମଦାବାଦ ଯାଇ ଗାର୍ଲଫ୍ରେଣ୍ଡର ଠିକଣା ଖୋଜି ତାକୁ ଭେଟିଥିଲା ଓ ଫେରିଯିବାକୁ କହିଥିଲା। ମାତ୍ର ପ୍ରିୟା ନ ମାନିବାରୁ ସେ ପୁଣିଥରେ ପୁନେ ଫେରିଆସିଥିଲା। ଏଠାରେ ରହିବା ପରେ ଅଟୋବାଲାଙ୍କ ପ୍ରତି ତା ମନରେ ଏତେ ଘୃଣା ସୃଷ୍ଟି ହୋଇଥିଲା ଯେ ସେ ସେମାନଙ୍କ ଫୋନ୍‌ ଚୋରି କରିବା ଆରମ୍ଭ କରି ଦେଇଥିଲା। ଇତି ମଧ୍ୟରେ ଆରିଫ୍‌ ପ୍ରାୟ ୭୦ ଟି ମୋବାଇଲ ଚୋରି କରିସାରିଲାଣି। ତେବେ ପୋଲିସ ଆରିଫ୍‌ର କାହାଣୀ ଶୁଣି ତାକୁ ଦଣ୍ଡ ଦେବ କି ହସିବ ତାହା ବୁଝିପାରୁନଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.