ସୁଶାନ୍ତଙ୍କ ମୃତ ଶରୀର ନେବା ପାଇଁ କାହିଁକି ଆସିଥିଲା ଦୁଇ ଦୁଇଟା ଆମ୍ବୁଲାନ୍ସ, ରାଜ ଖୋଲିଲେ ଆମ୍ବୁଲାନ୍ସର ମାଲିକ

ସୁଶାନ୍ତ ସିଂ ରାଜପୁତ ମାମଲାରେ ନୂଆ ମୋଡ଼ । ନିକଟରେ ଏମିତି କିଛି ମାମଲା ସାମ୍ନାକୁ ଆସିଛି ଯାହା ବର୍ତ୍ତମାନ ଯାଞ୍ଚ ଏଜେନ୍ସିକୁ ମଧ୍ୟ ସାହାଯ୍ୟ କରିପାରିବ । ସୁଶାନ୍ତ ମାମଲାରେ ଦୁଇଟି ଆମ୍ବୁଲାନ୍ସର ଥିଓରୀ ଦୀର୍ଘ ଦିନ ଧରି ଚାଲିଆସୁଛି । ପ୍ରଶ୍ନ ଉଠିଛି ଯେ ଏମିତି କ’ଣ ହୋଇଥିଲା ଯେଉଁଥିପାଇଁ ଗୋଟିଏ ସ୍ଥାନକୁ ଦୁଇ ଦୁଇଟି ଆମ୍ବୁଲାନ୍ସ ଆସିବାକୁ ପଡିଲା ।

ଆମ୍ବୁଲାନ୍ସ ମାଲିକ ବିଶାଲଙ୍କ କହିବା ଅନୁଯାୟୀ ଜୁନ୍ 14 ରେ ଦୁଇଟି ଆମ୍ବୁଲାନ୍ସ ଘଟଣାସ୍ଥଳକୁ ଯାଇଥିଲା । ତାଙ୍କ କହିବାନୁସାରେ, ପୂର୍ବରୁ ଯାଇଥିବା ଆମ୍ବୁଲାନ୍ସରେ ଷ୍ଟ୍ରେଚର ଖରାପ ଥିଲା ତେଣୁ ଶୀଘ୍ର ଅନ୍ୟ ଏକ ଆମ୍ବୁଲାନ୍ସ ସେଠାକୁ ପଠାଯାଇଥିଲା । ବିଶାଲ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହି କାରଣରୁ ଘଟଣାସ୍ଥଳରେ ଅଧିକ ସମୟ ଲାଗିଥିଲା ।

No foul play': Owner of ambulance in which Sushant Singh Rajput was taken  recollects events from June 14

ତେବେ ଆଶ୍ଚର୍ଯ୍ୟର କଥା ସୁଶାନ୍ତଙ୍କ ବନ୍ଧୁ ସନ୍ଦୀପ କ୍ରମାଗତ ଭାବରେ ଦାବି କରିଆସୁଥିଲେ ଯେ ସେ ନିଜେ ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ ଟଙ୍କା ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ବିଶାଲ କହିଛନ୍ତି ଯେ ଏହି ଟଙ୍କା ତାଙ୍କୁ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଦେଇଛନ୍ତି । ଅର୍ଥାତ୍ ସନ୍ଦୀପ ଯାହା କହିଥିଲେ ତାହା ମିଛ ଥିଲା । କେବଳ ଏତିକି ନୁହେଁ ବିଶାଲ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ସମ୍ପୂର୍ଣ୍ଣ 8100 ଟଙ୍କା ଦିଆଯାଇଛି ଏବଂ ସାମୁଏଲ ତାଙ୍କୁ ଏହି ପଇସା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.