Below header

ମାଉସ କାମ କରୁନି କି ତାହେଲେ ନିଜର ସ୍ମାର୍ଟଫୋନକୁ ବନାନ୍ତୁ ମାଉସ, ଜାଣନ୍ତୁ ଏହି ସହଜ ଉପାୟ

ଯଦି ଆପଣ ନିଜ କମ୍ପ୍ୟୁଟରରେ କୌଣସି ଜରୁରୀ କାମ କରୁଛନ୍ତି କିନ୍ତୁ ମାଉସ କାମ କରୁନି କିମ୍ବା ଲାପଟପର ଟ୍ରାକପ୍ୟାଡ୍ ଖରାପ ହୋଇଯାଇଛି ତେବେ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି ଆପଣଙ୍କର ସ୍ମାର୍ଟଫୋନ୍ ଅଛି ତେବେ ଏହି ସବୁ ସମସ୍ୟାର  ସମାଧାନ ସହଜରେ ହୋଇପାରିବ । ଏବେ PC କିମ୍ବା ଲାପଟପ୍ ପାଇଁ ସ୍ମାର୍ଟଫୋନକୁ ଆପଣ ମାଉସ୍ ଭାବରେ ବ୍ୟବହାର କରିପାରିବେ । ସେଥିପାଇଁ ଆପଣଙ୍କୁ ନିଜ ସ୍ମାର୍ଟଫୋନରେ କେବଳ ମୋନେକ୍ଟ PC ରିମୋଟ (Monect PC Remote) ଆପ୍ ଡାଉନଲୋଡ୍ କରିବାକୁ ପଡିବ ।

ଯଦି ଆପଣ ନିଜ ସ୍ମାର୍ଟଫୋନରେ ଏହି ଆପ୍ ଡାଉନଲୋଡ୍ କରିଛନ୍ତି ତେବେ ଆପଣ ବ୍ଲୁଟୁଥ୍ କିମ୍ବା ୱାଇଫାଇ ଏବଂ USB ସାହାଯ୍ୟରେ କମ୍ପ୍ୟୁଟରକୁ ରିମୋଟଲି କଣ୍ଟ୍ରୋଲ କରିପାରିବେ । ଯଦି ଆପଣ କମ୍ପ୍ୟୁଟରକୁ ଗେମିଙ୍ଗ ପାଇଁ ବ୍ୟବହାର କରୁଛନ୍ତି ତାହେଲେ ଏହା ଫୋନର ସେନ୍ସର ଯେପରିକି ଜିରୋ, ଏକ୍ସେଲେରୋମିଟର ଇତ୍ୟାଦି ବ୍ୟବହାର କରିବାର ସୁବିଧା ମଧ୍ୟ ଦେଇଥାଏ । ଏହି ଆପ୍ ସହିତ କନେକ୍ଟ କରିବା ପରେ ଆପଣ କେବଳ ନିଜ କମ୍ପ୍ୟୁଟର କିମ୍ବା ଲାପଟପକୁ ସହଜରେ କଣ୍ଟ୍ରୋଲ କରିପାରିବେ ତା ନୁହେଁ ବରଂ ଏହା ଡିଭାଇସ୍ ମଧ୍ୟରେ ଫାଇଲ୍ ଟ୍ରାନ୍ସଫରର ସୁବିଧା ମଧ୍ୟ ପ୍ରଦାନ କରିଥାଏ ।

ତାହେଲେ ଆସନ୍ତୁ ଜାଣିବା କିପରି କରିବେ ବ୍ୟବହାର ?

  • ଏହାକୁ ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ନିଜ କମ୍ପ୍ୟୁଟର କିମ୍ବା ଲାପଟପରେ ମୋନେକ୍ଟ ଡେସ୍କଟପ୍ ସର୍ଭର କ୍ଲାଏଣ୍ଟ (Monect desktop server client) ଇନଷ୍ଟଲ କରିବାକୁ ପଡିବ ।
  • ଏହା ପରେ ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ନିଜ ଫୋନରେ ମୋନେକ୍ଟ PC ରିମୋଟ (Monect PC Remote) ଆପ ଇନଷ୍ଟଲ କରନ୍ତୁ ।
  • ଆପ୍ ଓପନ ହେବା କନେକ୍ଟ ଟୁ PC ସିଲେକ୍ଟ କରନ୍ତୁ । ତାପରେ ଏହାକୁ ୱାଇଫାଇ କିମ୍ବା ଫୋନ୍ ହଟ ସ୍ପଟ୍ ସାହାଯ୍ୟରେ କନେକ୍ଟ କରିବାକୁ ପଡିବ । ଯଦି ଇଣ୍ଟରନେଟ୍ କନେକ୍ସନ ନାହିଁ ତେବେ USB ସାହାଯ୍ୟରେ ମଧ୍ୟ ଆପଣ କନେକ୍ଟ କରିପାରିବେ । ଏଥିପାଇଁ ଆପଣଙ୍କୁ USB ଟେଥରିଂ ଅପ୍ସନ୍ ବ୍ୟବହାର କରିବାକୁ ପଡିବ ।
  • ଥରେ ଏହି ଆପ୍ କମ୍ପ୍ୟୁଟର ସହିତ କନେକ୍ଟ ହୋଇଗଲା ପରେ ଏହା ସାହାଯ୍ୟରେ ଆପଣ PCକୁ ରିମୋଟଲି କଣ୍ଟ୍ରୋଲ କରିପାରିବେ ।

କଣ ରହିଛି ଏହାର ଫିଚର୍ସ ?

  • ଏହା ସାହାଯ୍ୟରେ ଆପଣ ଯେକୌଣସି ପ୍ରକାରର ଗେମ୍ ଖେଳିପାରିବେ । ଏଥିପାଇଁ ସ୍ୱତନ୍ତ୍ର ଭାବରେ ବଟନ୍ ଗୁଡିକ ଡିଜାଇନ୍ କରାଯାଇଛି । ଯଦି ଆପଣ ଚାହାଁନ୍ତି ତାହେଲେ ଆପଣ ଲେଆଉଟ୍ ମଧ୍ୟ ଚେଞ୍ଜ କରିପାରିବେ ।
  • ଏଥିରେ ଆପଣଙ୍କୁ ରିମୋଟ୍ ମାଉସ୍ ସହିତ କୀବୋର୍ଡର ସୁବିଧା ମଧ୍ୟ ମିଳିବ ।
  • ଏହା ସାହାଯ୍ୟ ଫୋନକୁ ଆପଣ ୱେବକ୍ୟାମ ପରି ମଧ୍ୟ ବ୍ୟବହାର କରିପାରିବେ ।
  • ମିଡିଆ, ପିପିଟି ଏବଂ ଗେମ୍ସ କଣ୍ଟ୍ରୋଲ ଭଳି ଫିଚର୍ସ ମଧ୍ୟ ଏଥିରେ ରହିଛି । କେବଳ ସେତିକି ନୁହେଁ ଏଥିରେ ୱେୟାରଲେସ ଫାଇଲ ଟ୍ରାନ୍ସ୍ଫର ସହିତ ସ୍କ୍ରିନ ସେୟାରର ସୁବିଧା ମଧ୍ୟ ରହିଛି ।
  • ଏହା ସିକ୍ୟୁରିଟି ପାଇଁ 256 ବିଟ୍ AES ସେସନ ଏନକୋଡିଂ ଏବଂ ରିମୋଟ୍ ନେଟୱାର୍କର ବ୍ୟବହାର କରିଥାଏ ।
  •  ଏହା ଏକ ଫ୍ରି ଆପ୍ । ଆପଣ ଏହାକୁ ଆଣ୍ଡ୍ରଏଡ୍, iOS, ଡେସ୍କଟପ୍ ପାଇଁ ମଧ୍ୟ ଡାଉନଲୋଡ୍ କରିପାରିବେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.