Below header

ଭଟ୍ଟାରିକାଙ୍କ ଗର୍ଭଗୃହରେ ପ୍ରବେଶ କଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ପାହାଡ ଉପରକୁ ସ୍ଥାନାନ୍ତର ହେଲା ମାଆଙ୍କ ଚଳନ୍ତି ପ୍ରତିମା

ନରସିଂହପୁର: ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ମାଆ ଭଟ୍ଟାରିକାଙ୍କ ପୀଠରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି । ଭଟ୍ଟାରୀକା ମନ୍ଦିର ଗର୍ଭଗୃହରେ ପାଣି ପଶିଛି । ମନ୍ଦିର ପରିସରରେ ୬ଫୁଟ ଉପରେ ପାଣି ଚାଲିଛି । ଏଥିପାଇଁ ମାଆଙ୍କ ଚଳନ୍ତି ପ୍ରତିମାକୁ ପାହାଡ ଉପରକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଥାଉକି, ଗତକାଲି ଭଦ୍ରକ ଜିଲ୍ଲାର ସର୍ବ ପୁରାତନ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ମଧ୍ଯ ବର୍ଷା ପାଣି ପଶିଥିଲା । ବୈତରଣୀ ନଦୀ ଫୁଲୁ ଥିବାରୁ ବର୍ଷା ପାଣି ମନ୍ଦିର ଗର୍ଭଗୃହରେ ପ୍ରବେଶ କରିଥିଲା । ବର୍ଷା ପାଣିରେ ବାବା ଆଖଣ୍ଡଳମଣିଙ୍କ ବିଗ୍ରହ ବୁଡି ରହିଥିବା ଦେଖିବାକୁ ମିଳିଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ପମ୍ପ ଯୋଗେ ପାଣି ନିଷ୍କାସନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.