ଜାତୀୟ କ୍ରୀଡ଼ା ଦିବସରେ ସତ୍ଯ ଓ ଜୟନ୍ତୀଙ୍କୁ ମିଳିବ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ପାରା ଆଥଲେଟ୍‌ ଜୟନ୍ତୀ ବେହେରାଙ୍କୁ ୨୦୧୯ ବର୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମିଳିବ।ସେହିପରି ପ୍ରତିଷ୍ଠିତ ଚେସ୍ ଗୁରୁ ସତ୍ଯ ରଞ୍ଜନ ପଟ୍ଟନାୟକଙ୍କୁ ମଧ୍ଯ ଏହି ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମିଳିବ। ଆସନ୍ତା ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ସ୍ଥାନୀୟ ଲୋକସେବା ଭବନ ପରିସରରେ ସନ୍ଧ୍ୟା ୫ଟାରେ ଆୟୋଜିତ ହେବାକୁ ସମାରୋହରେ ଏହି ଦୁଇ ଜଣ ସମ୍ମାନିତ ହେବେ। ଏନେଇ କ୍ରୀଡ଼ା ଓ ଯୁବ ସେବା ସଚିବ ବିଶାଳ ଦେବ ସୂଚନା ଦେଇଛନ୍ତି।

 

ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଝିଅ ଜୟନ୍ତୀ ବେହେରା ୨୦୧୯ରେ ଦୁବାଇରେ ଅନୁଷ୍ଠିତ ବିଶ୍ୱ ପାରା ଆଥେଲିଟକ୍‌ ଚାମ୍ପିଅନସିପିରେ ଅଂଶଗ୍ରହଣ କରିଥିଲେ। ସେ ୨୦୧୮ରେ ଇଣ୍ଡୋନେସିଆରେ ଅନୁଷ୍ଠିତ ଏସିଆନ୍‌ ପାରା ଗେମ୍‌ସରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ଏହାସହ ସେ ଅନ୍ତର୍ଜାତୀୟ ସ୍ତରରେ ୪ଟି ସ୍ୱର୍ଣ୍ଣପଦକ ସମେତ ୯ଟି ପଦକର ଅଧିକାରିଣୀ ହୋଇସାରିଛନ୍ତି। ସେହିପରି ଚେସ୍ ଗୁରୁ ସତ୍ଯ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶିକ୍ଷଣରେ ଓଡିଶାର ଅନେକ ତାରକା ଚେସ୍ ଖେଳାଳି ମିଳିଛନ୍ତି । ଉଭୟ ଏହି ପୁରସ୍କାରକୁ ନେଇ ବହୁତ ଖୁସି ଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.