Below header

ବିରାଟଙ୍କ ଦମଦାର ରେକର୍ଡ ପରେ, ଭାଇରାଲ୍ ହେଉଛି ଅନୁଷ୍କାଙ୍କ ଏହି ପୋଷ୍ଟ

କୋହଲିଙ୍କ ଏହି ବିରାଟ ସଫଳତା ପରେ ଚାରିଆଡୁ ପ୍ରସଂଶାର ସୁଅ ଛୁଟିଛି । ତେବେ ସ୍ବାମୀଙ୍କ ଏହି ରେର୍ଡ଼କରେ ବେଶ ଖୁସି ଅଛନ୍ତି ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା । ବିରାଟଙ୍କ ଏହି ରେକର୍ଡ଼ ପରେ ଅନୁଷ୍କା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି ।

ଫ୍ୟାନ୍ସଙ୍କୁ ୩୫ତମ ଜନ୍ମଦିନର ଖାସ୍ ଭେଟି ଦେଇଛନ୍ତି ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ଦମଦାର ବିଜୟ ସହିତ ନିଜର ୪୯ତମ ଶତକ ସେ ନିଜ ଜନ୍ମଦିନର ଭେଟି ରୂପେ ଦେଇଛନ୍ତି । ପ୍ରଥମ ଥର ପାଇଁ ନିଜ ଜନ୍ମଦିନରେ ଦିନିକିଆ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ସେ ଏହାକୁ ବେଶ ଖାସ୍ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ଏହା ତାଙ୍କର ଦ୍ଵିତୀୟ ଶତକ ହୋଇଥିବା ବେଳେ ବିରାଟଙ୍କ ରନ୍ ୫୪୩ ପହଁଞ୍ଚିଛି।

ଏହି ଐତିହାସିକ ପଡ଼ିଆରୁ ବିରାଟ କୋହଲି ନିଜ ଦିନିକିଆର ଶତକ ଯାତ୍ରା ଆରମ୍ଭ କରିଥିଲେ ଆଉ ସେହି ଷ୍ଚାଡ଼ିୟମରେ ସେ ନିଜର ଆଦର୍ଶ ଭାବୁଥିବା ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକର ସମକକ୍ଷ ହୋଇ ଏକ ରେକର୍ଡ ହାସଲ କରିଛନ୍ତି । ଜନ୍ମଦିନରେ କିଙ୍ଗ କୋହଲିଙ୍କଏ ହି ରେର୍ଡ଼କ ସବୁ ଦିନ ପାଇଁ ସମସ୍ତଙ୍କ ମନରେ ରହିବ।

anushka

ତେବେ କୋହଲିଙ୍କ ଏହି ବିରାଟ ସଫଳତା ପରେ ଚାରିଆଡୁ ପ୍ରସଂଶାର ସୁଅ ଛୁଟିଛି । ତେବେ ସ୍ୱାମୀଙ୍କ ଏହି ରେର୍ଡ଼କରେ ବେଶ ଖୁସି ଅଛନ୍ତି ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା । ବିରାଟଙ୍କ ଏହି ରେକର୍ଡ଼ ପରେ ଅନୁଷ୍କା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବିରାଟଙ୍କ ଏକ ଫଟୋ ପୋଷ୍ଟ କରି ଅନୁଷ୍କା ଲେଖିଛନ୍ତି- ‘ନିଜ ଜନ୍ମଦିନରେ ନିଜକୁ ଉପହାର’। ଏହାସହ ସେ ଏକ ହାର୍ଟ ଇମୋଜି ଦେଇଛନ୍ତି ।

ତେବେ ସଭିଏଁ ଜାଣନ୍ତି କି, ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ଏକ ଚର୍ଚ୍ଚିତ ଦମ୍ପତ୍ତି ଭାବରେ ରହିଆସିଛନ୍ତି। ଏମିତିରେ ତାଙ୍କର ଅନେକ ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ରହିଛନ୍ତି । ତେବେ ବର୍ତ୍ତମାନ ଉଭୟଙ୍କର ଏହି ଭାଇରାଲ ପୋଷ୍ଟରେ ଅନେକ ଉପଭୋକ୍ତା ନିଜର ପ୍ରତିକ୍ରିୟା ଦେଉଛନ୍ତି ।

ସୂଚନା ଥାଉକି, ଦକ୍ଷିଣ ଆଫ୍ରିକାକୁ କୋଲକାତାର ଇଡେନ୍‌ ଗାର୍ଡନସରେ ୨୪୩ ରନ୍‌ରେ ହରାଇ ଚଳିତ ବିଶ୍ୱକପ୍‌ରେ କ୍ରମାଗତ ଅଷ୍ଟମ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା ୨୭.୧ ଓଭର ଖେଳି ମାତ୍ର ୮୩ ରନ୍‌ରେ ଅଲଆଉଟ୍‌ ହୋଇ ଯାଇଥିଲା  । ମୋଟ ୯ଟି ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ୮ଟି ଜିତି ୧୬ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି ରୋହିତ ବାହିନୀ । ଲିଗ୍‌ ପର୍ଯ୍ୟାୟରେ ଭାରତର ନବମ ତଥା ଅନ୍ତିମ ମ୍ୟାଚ୍‌ ଆସନ୍ତା ୧୨ ତାରିଖ ଦୀପାବଳି ଦିନ ନେଦରଲାଣ୍ଡସ ସହିତ ରହିଛି । ତେବେ ପ୍ରଥମ ଦଳ ଭାବେ ଭାରତ ସେମିଫାଇନାଲରେ ପ୍ରବେଶ କରି ସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.