କର୍ଣ୍ଣାଟକରେ ଘରେ ପଶି ମହିଳା ଅଫିସରଙ୍କୁ ହତ୍ୟା ଘଟଣା, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଣ୍ଟ୍ରାକ୍ଟ କର୍ମଚାରୀ କରିଥିଲେ ହତ୍ୟା

କର୍ଣ୍ଣାଟକର ମହିଳା ସରକାରୀ ଅଫିସରଙ୍କ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ପୋଲିସ ଏହି ମାମଲାରେ ଯାଞ୍ଚ କରି ଡ୍ରାଇଭର କିରଣକୁ ଗିରଫ କରିଛି । ଗିରଫ ହୋଇଥିବା ଡ୍ରାଇଭର କିରଣ ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ଭାବେ ଗତ ପାଞ୍ଚ ବର୍ଷ ହେବ କାମ କରି ଆସୁଥିଲେ । କିନ୍ତୁ ମୃତ ମହିଳା ଅଫିସର କିଛି ଦିନ ହେବ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିଲେ ।

କର୍ଣ୍ଣାଟକର ଜଣେ ମହିଳା ସରକାରୀ ଅଫିସରଙ୍କ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପୋଲିସ ଏହି ମାମଲାରେ ସେହି ବିଭାଗର ଜଣେ ଡ୍ରାଇଭରକୁ ଗିରଫ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଅନୁମାନ କରାଯାଉଛି । କିଛିଦିନ ପୂର୍ବରୁ ମହିଳା ଅଫିସର ଜଣକ କର୍ମଚାରୀଙ୍କୁ ବରଖାସ୍ତ କରିଥିଲେ ।

ଖବର ମୁତାବକ, ୩୭ ବର୍ଷୀୟ କେଏସ୍‌ ପ୍ରତିମା କର୍ଣ୍ଣାଟକର ମାଇନ୍ସ ଏବଂ ଭୂତତ୍ତ୍ୱ ବିଭାଗରେ ଡେପୁଟି ଡାଇରେକ୍ଟର ଭାବେ କାମ କରୁଥିଲେ । ଅଭିଯୁକ୍ତ ଜଣକ ମହିଳା ଅଧିକାରୀଙ୍କ ବାସଭବନରେ ପଶି ଛୁରୀରେ ଆକ୍ରମଣ କରିଥିଲା । ଆକ୍ରମଣ ସମୟରେ ମହିଳା ଜଣକ ଘରେ ଏକୁଟିଆ ରହିଥିଲେ । ପୋଲିସ ଏହି ମାମଲାରେ ଯାଞ୍ଚ କରି ଡ୍ରାଇଭର କିରଣକୁ ଗିରଫ କରିଛି । ଗିରଫ ହୋଇଥିବା ଡ୍ରାଇଭର କିରଣ ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ଭାବେ ଗତ ପାଞ୍ଚ ବର୍ଷ ହେବ କାମ କରି ଆସୁଥିଲେ । କିନ୍ତୁ ମୃତ ମହିଳା ଅଫିସର କିଛି ଦିନ ହେବ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିଲେ । ଏହି କାରଣରୁ ଡ୍ରାଇଭର ଜଣକ ତାଙ୍କୁ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଶନିବାର ସନ୍ଧ୍ୟା ପ୍ରାୟ ୬ଟା ପର୍ଯ୍ୟନ୍ତ ଅଫିସରେ ଥିଲେ । ପରେ କିରଣଙ୍କ ବଦଳରେ ନିଯୁକ୍ତ ହୋଇଥିବା ଡ୍ରାଇଭର ତାଙ୍କୁ ତାଙ୍କ ଘରେ ଛାଡିଥିଲେ । ଘର ଭିତରକୁ ଦୁର୍ବୃତ୍ତମାନେ ବଳପୂର୍ବକ ପ୍ରବେଶ କରି ଭୀଷଣ ଛୁରାମାଡ଼ କରିଥିଲେ। ଗତକାଲି ତାଙ୍କ ସ୍ଵାମୀ ନିଜ ଗ୍ରାମ ତେରଥାହାଲି ଯାଇଥିଲେ । ଏହାର ସୁଯୋଗ ନେଇ ଆକ୍ରମଣ କାରୀ ମାନେ ଘରେ ପସି ଛୁରୀରେ ଗଳା କାଟି ହତ୍ୟା କରିଥିଲେ । ରାତି ପ୍ରାୟ ୮ଟା ସମୟରେ ପ୍ରତିମାଙ୍କ ଭାଇ ତାଙ୍କୁ ଯୋଗଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ କଲ୍ ରିସିଭ୍ କରିନଥିଲେ । ତେଣୁ ସକାଳେ ଭାଇ ସନ୍ଦେହ କରି ଭଉଣୀ ଘରକୁ ପହଞ୍ଚିବା ପରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ତା’ ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି କି, କିରଣଙ୍କୁ ଚାକିରିରୁ ବାହାର କରିବା ଯୋଗୁଁ ପ୍ରତିଶୋଧ ପରାୟଣ ହୋଇ ଏଭଳି କାମ କରିଛନ୍ତି । ନିଜର ଦୋଷ ସ୍ୱୀକାର କରିଛି ଅଭିଯୁକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.