Below header

କାଷ୍ଟିଂ କାଉଚ୍‌ ଉପରେ ଅନୁଷ୍କା ଦେଲେ ବଡ଼ ଖବର, ମୁଁ ଷ୍ଟ୍ରେଟ୍‌ ଫରଓ୍ଵାର୍ଡ ଥିବାରୁ ବଞ୍ଚିଗଲି ନହେଲେ …

ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଥିବା କାଷ୍ଟିଂ କାଉଚ ନୂଆ କଥା ନୁହେଁ । ତେବେ ଏହି କଥା ସେହି ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ ଭିତରେ ଦବି ଯାଏ । କ୍ୱଚିତ୍‌ ଅଭିନେତ୍ରୀ କାଷ୍ଟିଂ କାଉଚ୍‌ ସମ୍ପର୍କରେ ବାହାରେ ପ୍ରକାଶ କରିବାକୁ ସାହସ କରନ୍ତି ।

ଏମିତି ଅଭିନେତ୍ରୀ ଜଣକ ହେଲେ ବାହୁବଳୀ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ । ତେଲ୍‌ଗୁ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ରେ ଚାଲିଥିବା କାଷ୍ଟିଂ କାଉଚ୍‌ ଉପରେ ଏବେ ସେ ଖୋଲାସା କରିଛନ୍ତି । ତେଲଗୁ ଇଣ୍ଡଷ୍ଟ୍ରିଜ୍‌ରେ ଅନୁଷ୍କା ଏକ ଜଣାଶୁଣା ନାମ । ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିଣି ଥିବା ଏହି ଅଭିନେତ୍ରୀ ଜଣକ ବହୁତ ଲୋକପ୍ରିୟ ।

ନିକଟରେ ଅନୁଷ୍କା ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ରେ ଚାଲିଥିବା କାଷ୍ଟିଂ କାଉଚ୍‌ ଉପରେ ଏକ ନ୍ୟୁଜ୍‌ ପୋର୍ଟାଲ୍‌କୁ ଦେଇଥିବା ସାକ୍ଷାତକାରରେ ଏହା ଖୋଲାସା କରିଛନ୍ତି । ତେଲଗୁ ଇଣ୍ଡଷ୍ଟ୍ରିଜ୍‌ରେ କାଷ୍ଟିଂ କାଉଚ୍‌ ସତ୍ତ୍ୱେ ମୁଁ ବଞ୍ଚିଗଲି କାରଣ ମୁଁ ବହୁତ ଷ୍ଟ୍ରେଟ୍‌ ଫରଓ୍ଵାର୍ଡ ଥିଲି । ମୁଁ କୈାଣସି କଥାକୁ ବୁଲେଇ ବାଙ୍କେଇ କହେ ନାହିଁ ।
ମୁଁ ନିଜର ପରିଶ୍ରମ ଓ ପ୍ରଚେଷ୍ଟା ବଳରେ ଆଗକୁ ଯାଇଛି । ତେଣୁ ଜଣେ କଳାକାରଙ୍କୁ ମୋର ଉପଦେଶ ଯେ ସେମାନେ ନିଜରପରିଶ୍ରମ ଉପରେ ଭରଷା କରିବା ସହ କାଷ୍ଟିଂ କାଉଚ୍‌ ଠାରୁ ଦୂରରେ ରହିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.