Below header

କ୍ଵାରେଣ୍ଟାଇନରେ ରହି ନିଜର ଭୂତିଆ ଫଟୋ ସେୟାର କଲେ ରଣବୀର ସିଂ, କହିଲେ, ମୁଁ ବାହାରକୁ ଆସି…

କରୋନା ଭାଇରସରୁ ବର୍ତ୍ତିବା ପାଇଁ ବଲିଉଡ ସେଲିବ୍ରିଟିମାନେ ଏବେ ନିଜ ନିଜ ଘରେ କ୍ଵାରେଣ୍ଟାଇନରେ ରହୁଛନ୍ତି । ତେବେ ଏହାରି ଭିତରେ ଅଭିନେତା ରଣବୀର ସିଂ ଜନତା କର୍ଫ୍ୟୁ ପରେ ନିଜର ଏକ ଭୟଙ୍କର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଭୂତଠାରୁ କିଛି କମ ଲାଗୁନାହାନ୍ତି । ତାଙ୍କ କହିବା ହେଲା କ୍ଵାରେଣ୍ଟାଇନରୁ ବାହାରି ତାଙ୍କର ଏମିତି ଅବସ୍ଥା ହେବାର ଅଛି ।

 

View this post on Instagram

 

Me coming out of quarantine

A post shared by Ranveer Singh (@ranveersingh) on

ଏହି ଭୂତିଆ ଫଟୋକୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଆଖି ତଳେ କଳା ଘେର ସହିତ ରଣବୀର ନିଜ କେଶକୁ ଜଟ କରିଛନ୍ତି । ଏଭଳି ଭୟଙ୍କର ଫଟୋ ସହିତ ସେ କ୍ୟାପସନ ଲେଖିଛନ୍ତି, ମୁଁ କ୍ଵାରେଣ୍ଟାଇନରୁ ବାହାରକୁ ଆସି…। ଏହି ମଜାଦାର ଫଟୋ ଦେଖି ସୋସିଆଲ ମିଡ଼ିଆ ୟୁଜରମାନେ ବିଭିନ୍ନ ପରାମର୍ଶ ସହ ଫନି କମେଣ୍ଟସ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.