କରୋନା ମାଡ଼ ! ଆମାଜନରେ ଅଧାକିଲୋକୁ ଭେଣ୍ଡିର ଦାମ ହେଲା ୪୦୦ ଟଙ୍କା

କରୋନା ଭାଇରସ ସଂକ୍ରମଣ ପ୍ରଭାବରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର କଡା ନିୟମମାନ ଜାରି କରି ଦେଇଛନ୍ତି । ଏହି ସମୟରେ ସାଧାରଣ ଲୋକଙ୍କୁ ନିଜ ନିଜ ଘରେ ରହିବା ପାଇଁ ତାଗିଦ କରାଯାଇଛି । ଏପରି ଏକ ଘଡି ସନ୍ଧି ମୁହୂର୍ତ୍ତରେ ଲୋକେ ବଜାର ଯିବା ବଦଳରେ ଘରେ ରହି ଅନଲାଇନ ଜରିଆରେ ସପିଙ୍ଗ କରିବାକୁ ହିଁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଲୋକେ ନିଜ ଦୈନନ୍ଦିନର ସାମଗ୍ରୀ ପାଇଁ ଆମାଜନ ଓ ଫ୍ଲିପକାର୍ଟ ପରି ଇ-କମର୍ସ ସାଇଟ ଉପରେ ହିଁ ଅଧିକ ନିର୍ଭର କରୁଛନ୍ତି । ଅଧିକାଂଶ ଲୋକ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯେମିତିକି ପନିପରିବା, ଫଳ, ଗ୍ରୋସେରୀ ଆଦିକୁ ପାଇଁ ବି ଅନଲାଇନ ସପିଙ୍ଗରେ ହିଁ କିଣୁଛନ୍ତି ।

Vegetables

ଦିନ ରାତି ଘରେ ରହିବା କାରଣରୁ ବି ଖାଦ୍ୟ ପଦାର୍ଥର ଡିମାଣ୍ଡ ବି ବଢ଼ିବାରେ ଲାଗିଛି । ଲୋକଙ୍କ ଡିମାଣ୍ଡକୁ ଦେଖି ଆମାଜନ ସାଇଟରେ ପନିପରିବା ଦର ବି ଦିନ କୁ ଦିନ ଆକାଶ ଛୁଆଁ ହେବା ନଜିର ସାମ୍ନାକୁ ଆସିଛି । ଏମିତିକି ବାହାର ବଜାରରେ କିଲୋପ୍ରତି ୪୦ ଟଙ୍କା ଦରରେ ମିଳୁଥିବା ଭେଣ୍ଡି ଦର ଅନଲାଇନ ସାଇଟରେ ୫୦୦ ଗ୍ରାମକୁ ୪୦୦ ଟଙ୍କା ଛୁଇଁଲାଣି । ଯେବେକି ୫୦୦ ଗ୍ରାମ ସିମଲା ମିର୍ଚ୍ଚ ମୂଲ୍ୟ ୫୦୦ ଗ୍ରାମ ପିଛା ୪୪୫ ଟଙ୍କା ହୋଇଗଲାଣି । ଏମିତିକି ଫେସ କମଳା ଲେମ୍ବୁ ଦର ଅମଜାନ ସାଇଟରେ କିଲୋ ପ୍ରତି ୪୬୦ ଟଙ୍କା ଛୁଇଁଛି ।

ଏମିତିକି ଲୋକପ୍ରିୟ ସାଇଟରେ ଫ୍ରେସ ଅନାର ଦର ବି ୬ ପିସକୁ ୩୫୦ ଟଙ୍କା କରିଥିବା ଜଣାଯାଇଛି । ଫ୍ରେସ ତରଭୁଜ ଦର ବି ୪୫୦ ଟଙ୍କାରେ ହିଁ କିଣା ଯାଉଛି | ଯେବେ କି ବାହାରେ ୨୦ ଟଙ୍କାରେ ମିଳୁଥିବା ମକା ଦର ଏହି ସାଇଟରେ ଆକାଶ ଛୁଆଁ ଦରରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.