Below header

ହୋମ କ୍ଵାରେଣ୍ଟିନରେ ଥିବା ବେଳେ ଏହି ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ନିଜ ଷ୍ଟାଇଲିସ ଫଟୋ

କରୋନା ଭାଇରସ ଦାଉରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ହୋମ କ୍ଵାରିଣ୍ଟିଂନ ଫର୍ମୁଲା ଆପଣେଇବାରେ ଲାଗିଛନ୍ତି । ଏଥିରୁ ବଲିଉଡ ସେଲିବ୍ରିଟି ବା ବାଦ ପଡନ୍ତେ କେମିତି । ନିଜ ଷ୍ଟାଇଲିସ ଅନ୍ଦାଜକୁ ଦୁନିଆ ସାମ୍ନାକୁ ଆଣିବାର ଅନ୍ୟ କୌଣସି ବାଟ ନଥିବାରୁ ବର୍ତ୍ତମାନ ପରିସ୍ଥିତିରେ ସେମାନେ ଘରେ ନିଜ ଷ୍ଟାଇଲିସ ଫଟୋ ଉଠାଇ ଇଂସ୍ଟଗ୍ରାମ ଜରିଆରେ ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରୁଛନ୍ତି । ତେବେ ଆସନ୍ତୁ ଜାଣି ରଖିବା ସେହି ସେଲିବ୍ରିଟି କୁଇନ ମାନଙ୍କ ବିଷୟରେ କିଛି:

Image result for tara sutaria

ତାରା ସୁତାରୀୟ:

ତାରା ସୁତାରୀୟା ବମ୍ବେ ଟାଇମ୍ସ ଫ୍ୟାସନ ଵିକ ପତ୍ରିକାର ଏକ ଶୋ’ ଦେଇଥିବା ନିଜ ଫଟୋ ଗୁଡିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋ ଗୁଡିକୁ ଦେଖି ଲୋକେ ବି ତାରାଙ୍କର ଖୁବ ପ୍ରଶଂସା କରିଛନ୍ତି । ଏହି ଫୋଟୋରେ ତାରା ଏକ ତୋଫା ଧଳା ଲାଙ୍ଗା ପିନ୍ଧିଥିବା ନଜର ଆସିଛନ୍ତି ।

Image result for kiara advani

କିଆରା ଆଡ଼ଭାନୀ:

ବିଗ ଟାଉନର ଅନ୍ୟତମ ସୁନ୍ଦରୀ କିଆରା ଆଡ଼ଭାନୀ ଇନ୍ଷ୍ଟଗ୍ରାମରେ ମାଗାଜିନର ଏକ କଭର ଫଟୋ ସେୟାର କରିଛନ୍ତି । ଏଥିରେ ସେ ଡେନିମ ଜମ୍ପସୁଟ ପ୍ୟାଣ୍ଟ ସହ ଏକ ଫଣ୍ଟ ବଟନ ସାଟ ପିନ୍ଧିଥିବା ନଜର ଆସିଛନ୍ତି । କିଆରାଙ୍କ ବ୍ରାଉନ ବେଲ୍ଟ ବି ତାଙ୍କୁ ଏକ ଷ୍ଟାଇଲିସ ଲୁକ ଦେଇଛି ।

ନୋରା ଫତେହି:

ନୋରା ଫତେହି ନିଜ ରେଡି କାର୍ପେଟ ଲୁକକୁ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି । ଏହି ଫଟୋରେ ସେ ଟୁଲ ଓ ଲେୟାର୍ଡ଼ ପାର୍ଟନର ଏକ ଲମ୍ବା ଗାଉନ ପିନ୍ଧିଥିବା ନଜର ଆସିଛନ୍ତି ।

Image result for puja hegde image

ପୂଜା ହେଗଡେ:

ପୂଜା ହେଗଡେ ବି ନିଜ ଫଟୋସୁଟ ସହ ଜଡିତ କେତେକ ଫଟୋ ଗୁଡିକୁ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି । ଏଥିରେ ସେ ବଟନ ଡାଉନ ବ୍ଲାଉଜ, ସ୍କର୍ଟ ଓ ଓଭରକୋଟ ପିନ୍ଧିଥିବା ଦେଖାଦେଇଛି । ଏହି ଲୁକକୁ ବି ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଛନ୍ତି ।

Image result for taapsee pannu

ତାପସି ପନୁ:

ତାପସି ପନୁ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ନିଜ ନଡ଼ୀ ଲୁକ ଫଟୋ ଗୁଡିକୁ ସେୟାର କରିଛନ୍ତି । ଏହି ଲୁକରେ ତାପସି ବ୍ଲାକ ଫ୍ରେମର ଏକ ଚଷମା ପିନ୍ଧିଥିବା ନଜର ଆସିଛନ୍ତି ।

ଇଶା ଗୁପ୍ତା:

କିଛି ଦିନ ତଳେ ଇଶା ଗୁପ୍ତାଙ୍କ ଦୁଇଟି ଷ୍ଟାଇଲିସ ଲୁକ ଦେଖିବାକୁ ମିଳିଥିଲା । ଏମଧ୍ୟରୁ ଗୋଟିକରେ ଆକ୍ଟ୍ରେସଙ୍କ ଟ୍ରାଡିସିନଲ ଲୁକରେ ନଜର ଆସିଥିବା ବେଳେ ଦ୍ଵିତୀୟ ଟିରେ ସେ ଲେପର୍ଡ ପ୍ରିଣ୍ଟ ଏଣ୍ଡ ବ୍ରାଉନ ବେଲଭେଟ ପ୍ୟାଣ୍ଟ ଲୁକ ରେ ନଜର ଆସିଛନ୍ତି ।

eli abaram

ଏଲି ଆଵାରାମ:

ଗତ ସପ୍ତାହରେ ଏଲି ଅବ୍ରାମଙ୍କର ବି କିଛି ଷ୍ଟାଇଲିସ ଅନ୍ଦାଜ ଦେଖିବାକୁ ମିଳିଥିଲା । ତାଙ୍କ ଗୋଟେ ଫଟୋରେ ସେ ଫ୍ରୀଜି ଙ୍ଗ ଜ୍ୟାକେଟ ସହ ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଥିଲେ ।

ସନି ଲିଓନି;

ଏସବୁଥିରୁ ସନି ଲିଓନି ବା ବାଦ ପଡନ୍ତେ କେମିତି । ସେ ନିଜ ଟପଲେସ ଫୋଟୋ ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.