କରୋନା ଭାଇରସକୁ ନେଇ ଗଜପତି ଏସପି ସାରା ଶର୍ମାଙ୍କ ନିଆରା ପ୍ରୟାସ, ଗୀତ ଗାଇ ଜନସାଧାରଣଙ୍କୁ କଲେ ସଚେତନ

ଗଜପତି : ସମଗ୍ର ବିଶ୍ୱରେ ୧୮୮ ଗୋଟି ଦେଶରେ ବ୍ୟାପିଲାଣି କରୋନା ଭାଇରସ୍ । ବର୍ତ୍ତମାନ ଭାରତରେ କରୋନା ଭାଇରସ୍‌କୁ ନେଇ ଆତଙ୍କ । ସେହିପରି ଭାରତରେ ମଧ୍ୟ ଧୀରେ ଧୀରେ ଏହା କାୟା ବିସ୍ତାର କରିବାରେ ଲାଗିଛଇ। ଯାହାକୁ ନେଇ କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ପ୍ରଶାସନ ବ୍ୟାପକ ସଚେତନତା ସହ ଉତ୍କୃଷ୍ଟ ଧରଣ ସ୍ୱାସ୍ଥ୍ୟସେବା ଯୋଗଇବା ପାଇଁ ଅହରହ କାର୍ଯ୍ୟ କରିଚାଲିଛନ୍ତି । ଏହିପରି ସ୍ଥିତିର ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବିଭିନ୍ନ ଜନସଚେତନ କାର୍ଯ୍ୟଗୁଡିକ ମଧ୍ୟ ପୃଥକ ପୃଥକ ଭାବେ ଆୟୋଜିତ ହୋଇ ଆସୁଛି ।

ସବୁବେଳେ କିଛି ନା କିଛି ଭିନ୍ନ ପରି ଗଣମାଧ୍ୟମ ଓ ରାଜ୍ୟବାସୀଙ୍କର ପ୍ରଶଂସା ସାଉଣ୍ଟୁଥିବା ଗଜପତି ଏସପି ସାରା ଶର୍ମା କରୋନା ଭାଇରସ୍‌ର ବିପତ୍ତିରୁ ଜନସାଧାରଣଙ୍କୁ ରକ୍ଷା କରିବା ଏବଂ ଜନମାନସରେ ସଚେତନତା ବାର୍ତ୍ତା ପହଁଚାଇବା ପାଇଁ ଏକ ସଂଗୀତରେ କଣ୍ଠ ଦାନ କରିଛନ୍ତି । ସଂଗୀତରେ କରୋନା ଭାଇରସ୍ ବିଷୟରେ ସଚେତନତା ହେବା, ଏହି ଭାଇରସ୍ କୁଣିଆ, ଗହଳିଆ ସ୍ଥାନକୁ ନ ଯିବା, କାଶ ଛିଙ୍କ ହେଲେ ମୁହଁରେ ରୁମାଲ, ଟିସୁ ପେପର, ଶ।ଢୀ କାନି ପ୍ରଭୃତି ବ୍ୟବହାର କରିବା ସହ ସରକାର କରୋନା ପାଇଁ ଯାହା ସବୁ ଗତିବିଧୀ ଅନୁସରଣ କରୁଛନ୍ତି ସେ ସବୁ ଏହି ସଂଗୀତରେ ରହିଛି ।

ଏଥିରେ ପାରଳାଖେମୁଣ୍ଡିର ହିମାଂଶୁ ଶେଖର ପଟ୍ଟନାୟକ ମଧ୍ୟ କଣ୍ଠ ଦାନ କରିଥିବା ବେଳେ ଗୁରୁ ରଘୁନାଥ ପାତ୍ର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ସଂଗୀତ ଅନୁଷ୍ଠାନିକ ଭାବେ ମୁକ୍ତିଲାଭ କରିନଥିଲେ ମଧ୍ୟ ବର୍ତ୍ତମାନ ଦୃତଗତିରେ ପାରଳାଖେମୁଣ୍ଡି ସହରରେ ଘରେ ଘରେ ସଚେତନତା ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.