Below header

ଅର୍ଜୁନ କିଣିଲେ Land Rover Defender, ଗାଡିର ଦାମ୍ ଜାଣନ୍ତି କି ?

ବଲିଉଡ ଷ୍ଟାର ଅର୍ଜୁନ କପୁର ସବୁବେଳେ ଚର୍ଚ୍ଚାରେ। ଏବେ କିନ୍ତୁ ନିଜ ଦାମୀ କାରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅର୍ଜୁନ ନିଜ ପାଇଁ ଏକ Land Rover Defender କାର କିଣିଛନ୍ତି। ଏହି କାରର ଦାମ୍ ପାଖାପାଖି ୧ କୋଟି ଟଙ୍କା। ଏବେ ଏହି ଗାଡି ସହିତ ଅର୍ଜୁନ ମୁମ୍ବାଇରେ ବୁଲୁଥିବା ନଜର ଆସିଛନ୍ତି। ଯାହା ଏବେ ଭାଇରଲ ହେଉଛି।

ସୂଚନାଯୋଗ୍ଯ, ନିଜ ଜନ୍ମଦିନରେ ଅର୍ଜୁନ ନିଜକୁ Maserati Levante ଗାଡି ଗିଫ୍ଟ କରିଥିଲେ। ଆଉ ଅର୍ଜୁନଙ୍କୁ ସବୁବେଳେ ବିଳାସପୂର୍ଣ୍ଣ ଗାଡି ରଖିବାର ସଉକ ମଧ୍ୟ ରହିଛି।

ଏହାଛଡା ଅର୍ଜୁନ ଏବଂ ରାକୁଲପ୍ରୀତଙ୍କ ଡ୍ଯାନ୍ସ ଭିଡିଓ ‘ ଦିଲ୍ ହୈ ଦିୱାନା’ ଖୁବଶୀଘ୍ର ରିଲିଜ ହେବ। ଯାହାର ପୋଷ୍ଟର ନିଜ ଇନଷ୍ଟାଗ୍ରାମରେ ପକାଇଛନ୍ତି ଅର୍ଜୁନ। ଏହି ଗୀତଟି ୧୭ ଏପ୍ରିଲରେ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.