ବଢ଼ିଆ ଖବର, Honda City ସହିତ ଏହି ଟପ୍ ମଡେଲ ଉପରେ ମିଳୁଛି ୩୮ ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ

ହୋଣ୍ଡା କାରସ୍ ଚଳିତ ମାସ ବିଭିନ୍ନ ପର୍ବପର୍ବାଣୀ ଉପଲକ୍ଷେ ଗ୍ରାହକଙ୍କ ପାଇଁ କ୍ୟାସ୍ ଡିସକାଉଣ୍ଟ ବ୍ୟତୀତ ଅନ୍ୟ ଅଫର ଆଣିଛି। କମ୍ପାନୀ ଏପ୍ରିଲ ମାସ ଶେଷ ଯାଏଁ ଗ୍ରାହକଙ୍କୁ ଏହି ଅଫର ଦେଉଛି।

୩୮ ହଜାର ପର୍ଯ୍ୟନ୍ତ ରହାତି

କମ୍ପାନୀ ନିଜ ବୟାନରେ କହିଛି ଏହି ମାସ ପର୍ବପର୍ବାଣୀ ଉପଲକ୍ଷେ ଗ୍ରାହକଙ୍କୁ ନୂଆ କାର କ୍ରୟ କରିବାର ପ୍ରସ୍ତୁତି କରୁଛି। ଗ୍ରାହକ ୩୦ ଏପ୍ରିଲ ପର୍ଯ୍ୟନ୍ତ ହୋଣ୍ଡା କାର୍ସର ସମସ୍ତ ଡିଲରସିପରେ ଏହି ଅଫରର ଫାଇଦା ଉଠାଇପାରିବେ। କମ୍ପାନୀ ଆମାଜ ମଡେଲରେ ୩୮,୦୦୦ ଟଙ୍କା, ଡବ୍ଲ୍ୟୁଆର-ଭି ଉପରେ ୩୨,୫୦୦ ଟଙ୍କା, ଜାଜ ଉପରେ ୩୨,୦୦୦ ଟଙ୍କା ଏବଂ ଜେନେରେସନ ହୋଣ୍ଡା ସିଟି ଉପରେ ୧୦,୦୦୦ ଟଙ୍କାର ଲାଭ ମିଳିବ ବୋଲି ଘୋଷଣା କରିଛି।

ଏକ୍ସଚେଞ୍ଜ ଅଫରରେ ବି ରହିଛି ଜବରଦସ୍ତ

କମ୍ପାନୀ ଜଣାଇଛି ଯେ ଗ୍ରାହକଙ୍କୁ ଏହି ଅଫର ନଗଦ ରିହାତି କିମ୍ବା ଆସେସରିଜ କିମ୍ବା କାର ଏକ୍ସଚେଞ୍ଜ ଉପରେ ରିହାତି ମିଳିବ। ଏହାଛଡା ହୋଣ୍ଡାର ଗ୍ରାହକଙ୍କୁ ଲୟାଲ୍ଟୀ ବୋନସ କିମ୍ବା ପୁରୁଣା ହୋଣ୍ଡା କାର ଦେଲେ ବିଶେଷ ଏକ୍ସଚେଞ୍ଜ ଲାଭ ଦିଆଯିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାପୂର୍ବରୁ ମାରୁତି ସୁଜୁକି ମଧ୍ୟ ନିଜର ୧୦ଟି ମଡେଲ ଉପରେ ଗ୍ରାହକଙ୍କ ପାଇଁ ବଢ଼ିଆ ଡିସକାଉଣ୍ଟ ଏବଂ ଅନେକ ବେନିଫିଟ୍ସର ଘୋଷଣା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.