ପାପା ଜ୍ୟାକି ଶ୍ରଫ୍‌ଙ୍କ ସହିତ ହଟ୍‌ ବିକିନୀରେ ଫଟୋ ଶେୟାର କଲେ କୃଷ୍ଣା ଶ୍ରଫ୍‌, ଟ୍ରୋଲର୍ସ କହିଲେ, ‘ଲଜ୍ଜା ଲାଗୁନି ଟିକେ’…

ବଲିଉଡ୍‌ ଆକ୍ଟର ଟାଇଗର ଶ୍ରଫ୍‌ଙ୍କ ଭଉଣୀ ତଥା ଜ୍ୟାକି ଶ୍ରଫ୍‌ଙ୍କ ଝିଅ କୃଷ୍ଣା ଶ୍ରଫ୍‌ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାଆନ୍ତି। ତାଙ୍କର ବିନ୍ଦାସ୍‌ ଷ୍ଟାଇଲ୍‌ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ନିକଟରେ କୃଷ୍ଣା ବାପା ଜ୍ୟାକିଙ୍କ ସହିତ ନିଜର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଯେଉଁଥିରେ ସେ ବ୍ଲାକ୍‌ ଆଣ୍ଡ ହ୍ଵାଇଟ୍‌ ବିକିନୀରେ ନଜର ଆସିଥିଲେ। ଏବେ ଏହି ଫଟୋଗୁଡ଼ିକୁ ନେଇ କୃଷ୍ଣା ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସିଯାଇଛନ୍ତି।

କିଛି ୟୁଜର ତାଙ୍କ ଭାଇ ଟାଇଗରଙ୍କ ସହିତ ତାଙ୍କୁ ତୁଳନା କରି ଅତି ଖରାପ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର କୃଷ୍ଣାଙ୍କ ଫଟୋ ଉପରେ କମେଣ୍ଟ କରି ଲେଖିଛନ୍ତି, ‘ମ୍ୟାଡାମ୍‌ ଆପଣଙ୍କ ଭାଇ ଟାଇଗର ଯେତିକି ଭଲ ଏବଂ ଆପଣ ସେତିକି ହିଁ ବେକାର। ଆପଣଙ୍କୁ ଲଜ୍ଜା ଲାଗୁନାହିଁ ଟିକେ? ଏହି ଫଟୋ ଆପଣଙ୍କ ପାପା, ମମ୍ମି ଦେଖୁନାହାନ୍ତି କି’?

ତେବେ ୟୁଜରଙ୍କ ଏହି କମେଣ୍ଟ ଉପରେ କୃଷ୍ଣା ଶ୍ରଫ୍‌ ମଧ୍ୟ ବଢ଼ିଆ ପ୍ରତିକ୍ରିୟା ରଖିଛନ୍ତି। ସେ ନିଜ ଜବାବରେ ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। କୃଷ୍ଣା ଲେଖିଛନ୍ତି, ‘ମୋ ଚିନ୍ତା କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍‌। କ’ଣ କେହି ମୋର୍‌ ମେସେଜ୍‌ ତାଙ୍କ ପାଇଁ ଟ୍ରାନ୍ସଲେଟ୍‌ କରିପାରିବେ କି? ଧନ୍ୟବାଦ’। କୃଷ୍ଣାଙ୍କର ଏହି ପ୍ରତିକ୍ରିୟା ପାଇଁ ତାଙ୍କ ସାଙ୍ଗ ଦିଶା ପଟାନୀ, ହୁମା କୁରୈସୀଙ୍କ ସମେତ ଅନେକ ସେଲିବ୍ରିଟି ତାଙ୍କୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.