ବନ୍ଦ ହେଲା ମିଲ୍‌ ସର୍ଭିସ୍‌: ୨ ଘଣ୍ଟା ଅବଧିରୁ କମ୍‌ ଘରୋଇ ଉଡ଼ାଣରେ ଯାତ୍ରୀଙ୍କୁ ମିଳିବ ନାହିଁ ଭୋଜନ, ଗୁରୁବାରଠୁ ଲାଗୁ ହେବ ନିୟମ

ଯେଉଁ ବିମାନର ଯାତ୍ରା ଅବଧି ୨ ଘଣ୍ଟାରୁ କମ୍‌, ସେହି ଏୟାରଲାଇନ୍‌ଗୁଡ଼ିକୁ ଉଡ଼ାଣ ସମୟରେ ଭୋଜନ ଉପଲବ୍ଧ କରାଇବା ପାଇଁ ଅନୁମତି ଦିଆଯିବନି। The Ministry of Civil Aviation ସୋମବାର କହିଛି କି, ଦେଶରେ କରୋନା ଭାଇରସ୍‌ ମାମଲା ଲଗାତାର ବଢ଼ି ଚାଲିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ପ୍ରତିବନ୍ଧକ ଗୁରୁବାରଠାରୁ ଲାଗୁ ହେବ।

ଗତବର୍ଷ କରୋନା ଭାଇରସ୍‌ ଲକ୍‌ଡାଉନ ପରେ ଯେବେ ୨୫ ମେ’ରୁ ଘରୋଇ ବିମାନ ସେବା ଆରମ୍ଭ କରାଯାଇଥିଲା, ସେହି ସମୟରେ ମନ୍ତ୍ରାଳୟ କିଛି ସର୍ତ୍ତ ସହିତ ବିମାନ ଭିତରେ ଭୋଜନ ଉପଲବ୍ଧ କରେଇବାକୁ ଅନୁମତି ଦେଇଥିଲା।

ପୂର୍ବ ଆଦେଶରେ ସୁଧାର ଆଣି ମନ୍ତ୍ରାଳୟ ଏବେ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ଏହା କହିଛି, ଘରୋଇ କ୍ଷେତ୍ରରେ ବିମାନ ପରିଚାଳନା କରୁଥିବା ଏୟାରଲାଇନ୍‌ କମ୍ପାନୀଗୁଡ଼ିକ ଉଡ଼ାଣ ସମୟରେ ଭୋଜନ ଉପଲବ୍ଧ କରାଇ ପାରିବେ, କିନ୍ତୁ ଯେଉଁଠି ବିମାନ ଯାତ୍ରା ଅବଧି ୨ ଘଣ୍ଟା କିମ୍ବା ଏହାଠାରୁ ଅଧିକ ଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.