ଆସନ୍ତାକାଲିଠୁ ୭ ଦିନ ପାଇଁ ବନ୍ଦ ରହିବ ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ। ଆସନ୍ତାକାଲିଠୁ ୨୧ ତାରିଖ ଯାଏଁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ଧାର୍ମିକ ଅନୁଷ୍ଠାନ ଗୁଡିକୁ ସାନିଟାଇଜ୍‌ କରାଯିବ। ତେବେ ଧର୍ମାନୁଷ୍ଠାନରେ ରୀତିନୀତି ଅନୁଯାୟୀ ପୂଜାପାଠ ଜାରି ରହିବ।

ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ଜିଲ୍ଲାରେ ପାଳନ ହେବ ନାହିଁ। ଯେଉଁମାନେ ନିୟମକୁ ଅବମାନନା କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାର ସମସ୍ତ ପାର୍କ, ବେଳାଭୂମି ମଧ୍ୟ ଆସନ୍ତାକାଲିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.