ପୋଲାଣ୍ଡର ରହସ୍ୟମୟ ଗାଁ, ଯେଉଁଠି ଜନ୍ମ ହୁଅନ୍ତି କେବଳ ଝିଅ, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ବିଶ୍ୱରେ ଏମିତି ଅନେକ ଅଜବ ଜିନିଷ ରହିଛି, ଯାହା ବିଷୟରେ ଆମେ ବିଲ୍‌କୁଲ ଅବଗତ ନ ଥାଉ। କିଛି ଜିନିଷକୁ ଆମେ ଜାଣିଲା ପରେ ବି ସହଜରେ ବିଶ୍ୱାସ କରିପାରି ନ ଥାଉ। ମନରେ ପ୍ରଶ୍ନ ଆସିଥାଏ, କିପରି ଏହା ସମ୍ଭବ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ। ଦୁନିଆରେ ଏକ ଅଦ୍ଭୁତ ଗାଁ ଅଛି, ଯେଉଁଠି ବିଗତ ୧୦ ବର୍ଷ ହେବ କେହି ପୁଅ ଜନ୍ମ ହୋଇନାହାନ୍ତି।

ପୋଲାଣ୍ଡର ମିଜେସ୍କେ ଓନ୍ଦ୍ରଜେନସ୍କି ନାମକ ଗାଁରେ ଏଭଳି ଅଜବ ମାମଲା ଦେଖିବାକୁ ମିଳିଥାଏ। ଯେଉଁ କାରଣରୁ ଏଠାକାର ମେୟର ଘୋଷଣା କରିଛନ୍ତି କି, ଯଦି କାହା ଘରେ ପୁଅ ଜନ୍ମ ହୁଅନ୍ତି, ତ ସେମାନଙ୍କୁ ପୁରସ୍କାର ଦିଆଯିବ। ଏହି ଗାଁ ବିଷୟରେ ଜାଣିବା ପରେ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେମାନେ ଏହି ଜାଗା ଉପରେ ଗବେଷଣା କରିବାକୁ ଚାହିଁଛନ୍ତି।

ଏହି ଗାଁରେ ପାଖାପାଖି ୩୦୦ ଲୋକ ବସବାସ କରୁଛନ୍ତି। ତେବେ ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଏଠାରେ ଏକ ଆଞ୍ଚଳିକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଟିମ୍‌ରେ କେବଳ ଝିଅ ହିଁ ଝିଅ ଥିଲେ।

You might also like