Below header

ଦିଲ୍ଲୀରେ କରୋନା ଯୋଗୁଁ ସ୍ଥିତି ବେହାଲ, CBSE ବୋର୍ଡ ପରୀକ୍ଷା ରଦ୍ଦ କରିବାକୁ କେନ୍ଦ୍ରକୁ ଦାବି କଲେ କେଜ୍ରିୱାଲ

ଦେଶରେ କରୋନା ଭାଇରସର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ପୁଣି ଥରେ କରୋନା ମହାମାରୀ ଯୋଗୁଁ ସ୍ଥିତି ବେହାଲ ହେଲାଣି। ପ୍ରତିଦିନ ଏଠାରେ କରୋନାର ନୂଆ ମାମଲା ରେକର୍ଡ ଭାଙ୍ଗୁଛି । ଗତ ଦିନରେ ଦିଲ୍ଲୀରେ ୧୧୪୯୧ କରୋନା ମାମଲା ଚିହ୍ନଟ ହୋଇଛି । ୭୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀରେ ଲଗାତାର କରୋନା ମାମଲା ବୃଦ୍ଧିକୁ ଦେଖି ସରକାର ଦୃଢ଼ ନିଷ୍ପତ୍ତି ନେଉଛନ୍ତି । ସେଠାରେ ହସ୍ପିଟାଲରେ ବ୍ୟବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଛି।

ଏହା ମଧ୍ୟରେ ଅଫଲାଇନ ଆୟୋଜିତ ହେବାକୁ ଥିବା ସିବିଏସଇ ବୋର୍ଡ ପରୀକ୍ଷାକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ଦିଲ୍ଲୀ ସରକାର। ଅନେକ ଛାତ୍ରଛାତ୍ରୀଙ୍କ ଅଭିଭାବକ କରୋନା ସଂକଟ ସମୟରେ ହେବାକୁ ଥିବା ପରୀକ୍ଷାକୁ ନେଇ ଚିନ୍ତାରେ ରହିଛନ୍ତି।

ଏହା ମଧ୍ୟରେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ସିବିଏସଇ ପରୀକ୍ଷା ରଦ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି। କେଜି୍ରୱାଲ କହିଛନ୍ତି, ଦିଲ୍ଲୀରେ ୬ ଲକ୍ଷରୁ ଊର୍ଦ୍ଧ୍ବ ପିଲା ସିବିଏସଇ ପରୀକ୍ଷା ଦେବେ। ପାଖାପାଖି ୧ ଲକ୍ଷ ଶିକ୍ଷକ ଏହି କାର୍ଯ୍ଯରେ ନିୟୋଜିତ ହେବେ। ଯାହା କରୋନାର ହଟସ୍ପଟ ହୋଇପାରେ। ପିଲାଙ୍କ ସ୍ବାସ୍ଥ୍ଯକୁ ସାମ୍ନାରେ ରଖି ଏହାକୁ ବନ୍ଦ କରିଦିଆଯିବା ଉଚିତ ବୋଲି ସେ କହିଛନ୍ତି। ବର୍ତ୍ତମାନର ଅବସ୍ଥା ଦେଖି ତୁରନ୍ତ ସିବିଏସ୍ଇର ପରୀକ୍ଷାକୁ ରଦ୍ଦ କରାଯିବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.