ଅଲଗା ହେଲେ ଅସୀମ ରିଆଜ୍ ଏବଂ ହିମାଂଶୀ ଖୁରାନା! ୪ବର୍ଷର ଡେଟିଂ ପରେ ହେଲା ବ୍ରେକଅପ୍
ବିଗ୍ ବସ୍ ୧୩ ହେଉଛି ସବୁଠାରୁ ସଫଳ ସିଜିନ୍। ଏହି ସିଜିନରେ ପ୍ରତିଯୋଗୀ ଭାବେ ଭାଗନେଇଥିବା ଆସୀମ ରିଆଜ୍ ଏବଂ ହିମାଂଶୀ ଖୁରାନାଙ୍କୁ ତ ଆପଣ ଜାଣିଥିବେ ନିହାତୀ। ତେବେ ଏହତ କପଲଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।
ବିଗ୍ ବସ୍ ୧୩ ହେଉଛି ସବୁଠାରୁ ସଫଳ ସିଜିନ୍। ଏହି ସିଜିନରେ ପ୍ରତିଯୋଗୀ ଭାବେ ଭାଗନେଇଥିବା ଆସୀମ ରିଆଜ୍ ଏବଂ ହିମାଂଶୀ ଖୁରାନାଙ୍କୁ ତ ଆପଣ ଜାଣିଥିବେ ନିହାତୀ। ତେବେ ଏହି କପଲଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ବିଗବସ୍ ସିଜିନରେ ଅସୀମ ରିଆଜ୍ ଏବଂ ହିମାଂଶୀ ଖୁରାନାଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଦୁହିଁଙ୍କ ବନ୍ଧୁତାକୁ ଲୋକେ ବହୁତ ପସନ୍ଦ କରିଥିଲେ।
ସୋ ସରିବା ପରେ ସୀମ ରିଆଜ୍ ଏବଂ ହିମାଂଶୀ ଖୁରାନାଙ୍କ ଅନେକ ମ୍ଯୁଜିକ ଭିଡିଓ ଆସିଥିଲା। ଯେଉଁଥିରେ ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କ ବେଶ ପସନ୍ଦ ଆସିଥିଲା। ହେଲେ ଏହି ଲଭ୍ ବାର୍ଡଙ୍କୁ ନେଇ ଆସିଛି ଏକ ଦୁଃଖଦ ଖବର। ଅସୀମ ଏବଂ ହିମାଂଶୀଙ୍କ ପ୍ରେମ କାହାଣୀରେ ଫୁଲ୍ ଷ୍ଟପ୍ ପଡିଥିବା ଖବର ଏବେ ଭାଇରାଲ୍ ହେବାରେ ଲାଗିଛି।
ସମ୍ପ୍ରତି ଅଭିନେତା ଅସୀମ ରିଆଜ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଅଭିନେତ୍ରୀ ଜଣକ କହିଛନ୍ତି ଯେ ଲୋକମାନେ ଧର୍ମ ବିଷୟରେ କଥାବାର୍ତ୍ତା କରନ୍ତି। କିନ୍ତୁ ସେମାନଙ୍କ ଦିନ ଭୁଲ୍ ରୁ ହିଁ ଆରମ୍ଭ ହୋଇଥାଏ। ଏହି ମନ୍ତବ୍ୟ ପରଠାରୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଦୁହେଁ ଅଲଗା ହୋଇଯାଇଛନ୍ତି, ଯଦିଓ କୌଣସି ନିଶ୍ଚିତତା ନାହିଁ ଏହି ଖବର ଉପରେ, କିନ୍ତୁ ଅଭିନେତ୍ରୀଙ୍କ ପୋଷ୍ଟ ସୂଚାଇ ଦେଉଛି ଯେ ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ୍ ନାହିଁ। ଉଭୟଙ୍କ ପ୍ରଶଂସକମାନଙ୍କୁ ଏହି ଖବର ନିରାଶ କରିବା ସହିତ ସେମାନଙ୍କ ହୃଦୟ ଭାଙ୍ଗିବା ପରି ମନେହେଇଛି। କାରଣ ଉଭୟ ପ୍ରଶଂସକଙ୍କ ପାଇଁ ବହୁତ ସୁନ୍ଦର ଦମ୍ପତି ଥିଲେ ।
ଅନେକେ ଏହି କପଲଙ୍କୁ ସମର୍ଥନ କରୁଥିବାବେଳେ ଅନେକ ହିମାଂଶୀଙ୍କ ସପକ୍ଷରେ ନଥିଲେ ଏବଂ ଏହାକୁ ଏକ ଫେକ୍ ପ୍ରେମ କାହାଣୀ ବୋଲି କହୁଥିଲେ। ତେବେ ସୋ ପରେ ମଧ୍ୟ ଦୁହେଁ ନିଜ ସମ୍ପର୍କ ବଜାୟ ରଖିଥିଲେ ଏବଂ ସେମାନଙ୍କୁ ଫେକ୍ କପଲ୍ କହୁଥିବା ଲୋକଙ୍କୁ ମୁହଁକୁ ବନ୍ଦ କରିଦେଇଥିଲେ। ତେବେ, ବର୍ତ୍ତମାନ ଖବର ଆସୁଛି ଯେ ଅସୀମ ଏବଂ ହିମାଂଶୀଙ୍କ ଯୋଡି ଭାଙ୍ଗିଯାଇଛି!
ତେବେ ସୂଚନା ଥାଉକି, ଏହି ସିଜିନର ଆଉ ଏକ ପାଓ୍ୱାର କପଲ୍ ଶେହେନାଜ ଗିଲ ଏବଂ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଭାଗ୍ଯ ଅଲଗା କରିଦେଇଥିଲା। ସିଦ୍ଧାର୍ଥ ଶୁକ୍ଲାଙ୍କୁ ଯିଏକି ୨ ସେପ୍ଟେମ୍ବର ୨୦୨୧ ରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ସେହିପରି ନିକଟରେ ମାହିରା ଶର୍ମା ଏବଂ ପରାସ ଛାବ୍ରାଙ୍କର ମଧ୍ଯ ବ୍ରେକଅପ୍ ହୋଇଥିଲା। ଆଉ ବର୍ତ୍ତମାନ ଅସୀମ ରିଆଜ ଏବଂ ହିମାଂଶୀ ଖୁରାନାଙ୍କ ମଧ୍ୟରେ ଏହି ବିବାଦ ଉପୁଜିଥିବା ସାମ୍ନାକୁ ଆସିଛି। ଏହା କେତେ ସତ ତାହାସମୟ କହିବ।