ବିରାଟ କୋହଲିଙ୍କୁ ଟାର୍ଗେଟ କଲେ ନବୀନ ଉଲ୍‌ ହକ୍‌, ଇନଷ୍ଟାରେ ପୋଷ୍ଟ କରିବା ପରେ ଗମ୍ଭୀର ଦେଲେ ପ୍ରତିକ୍ରିୟା

ଇନଷ୍ଟାରେ ନୂଆ ପୋଷ୍ଟ କରି ପୁଣି ବିରାଟଙ୍କୁ ଟାର୍ଗେଟ କଲେ ଆଫଗାନୀ ଖେଳାଳି ନବୀନ ଉଲ୍‌ ହକ୍‌ । ଆଉ ନବୀନଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଗୌତମ ଗମ୍ଭୀର ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ମୌ ସୁପରଜିଆଣ୍ଟସ ମଧ୍ୟରେ ହୋଇଥିବା ମ୍ୟାଚରେ ଦେଖିବାକୁ ମିଳିଥିଲା ଜୋରଦାର ହଙ୍ଗାମା । ଏହି ମ୍ୟାଚରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଝଗଡା ଥମିନଥିବା ବେଳେ ନବୀନ ଉଲ ହକ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସେଦିନ ନବୀନ ଉଲ୍‌ ହକଙ୍କ ସହିତ ମଧ୍ୟ ବିରାଟଙ୍କର ଝଗଡା ହୋଇଥିଲା । ଏବେ ପୁଣିଥରେ ନବୀନ ବିରାଟଙ୍କୁ ଟାର୍ଗେଟ କରିଛନ୍ତି ।

ଆଫଗାନିସ୍ତାନ କ୍ରିକେଟର ନବୀନ ଉଲ୍‌ ହକ ଇନଷ୍ଟାଗ୍ରାମରେ ନୂଆ ପୋଷ୍ଟ ସେୟାର କରିଛନ୍ତି । ଆଉ ଏହି ପୋଷ୍ଟରେ ଗୌତମ ଗମ୍ଭୀର ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ନବୀନ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ ଲୋକଙ୍କ ସହିତ ସେମିତି ବ୍ୟବହାର କରିନ୍ତୁ, ଯେମିତି ଆପଣ ଚାହୁଁଛନ୍ତି । ଲୋକଙ୍କ ସହିତ ଆପଣ ଯେମିତି କଥା ହେବାକୁ ଚାହୁଁଛନ୍ତି, ସେମିତି କଥା ହୁଅନ୍ତୁ ’ ।

ନବୀନଙ୍କ ଏହି ପୋଷ୍ଟରେ ଗମ୍ଭୀର ପ୍ରତିକ୍ରିୟା ଦେଇ କହିଛନ୍ତି, ଯେମିତି ଅଛନ୍ତି, ସେମିତି ରୁହନ୍ତୁ, କେବେ ବି ବଦଳନ୍ତୁ ନାହିଁ । ଏହା ପରେ ନବୀନ ମଧ୍ୟ କମେଣ୍ଟ କରିଛନ୍ତି ।

 

View this post on Instagram

 

A post shared by Naveen ul haq Murid (@naveen_ul_haq)

ସୂଚନାଯୋଗ୍ୟ, ମଇ ୧ ତାରିଖରେ ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚରେ ବେଙ୍ଗାଲୁରୁ ଲକ୍ଷ୍ନୌକୁ ୧୮ ରନରେ ହରାଇଥିଲା । ଏହି ମ୍ୟାଚ ସରିବା ପରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀର କୌଣସି କଥାକୁ ନେଇ ମୁହାଁମୁହିଁ ହୋଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଥିଲା । ଏଥିପାଇଁ ଦୁହିଁଙ୍କ ୧୦୦ ପ୍ରତିଶତ ମ୍ୟାଚ୍‌ ଫି କଟିଥିଲା । ଏହି ଘଟଣାରେ ଲକ୍ଷ୍ନୌର ବୋଲର ନବୀନ୍-ଉଲ୍-ହକଙ୍କର ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଥିଲା। ମ୍ୟାଚ୍ ଜିତିବାକୁ ଲକ୍ଷ୍ନୌକୁ ୧୨୭ ରନ୍ ଟାର୍ଗେଟ ଦେଇଥିଲା ବାଙ୍ଗାଲୋର । ଜବାବରେ ଲକ୍ଷ୍ନୌ ୧୦୮ରନରେ ସୀମିତ ରହିଯାଇଥିଲା । ମ୍ୟାଚ୍ ସରିବା ପରେ ସବୁ ଖେଳାଳି ଏକାଠି ହୋଇଥିଲେ ।

ଏତିକି ବେଳେ କୌଣସି କଥାକୁ ନେଇ କୋହଲି ଓ ଗମ୍ଭୀରଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ ବାକି ଖେଳାଳି ଓ ଷ୍ଟାଫ ସେମାନଙ୍କୁ ଅଟକାଇଥିଲେ । ବିରାଟ-ଗମ୍ଭୀର ଝଗଡା ବେଳର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଲକ୍ଷ୍ନୌ ଟିମର ଅମିତ ମିଶ୍ର ଓ ବେଙ୍ଗାଲରୁ ଟିମ୍ କ୍ୟାପଟେନ୍ ଡୁପ୍ଲେସିସ୍ ବିରାଟ-ଗମ୍ଭୀରଙ୍କୁ ଶାନ୍ତ କରିଥିଲେ ।

ପୂର୍ବରୁ ଆଇପିଏଲ୍ ୨୦୧୩ ସଂସ୍କରଣରେ ବି କୋହଲି ଓ ଗମ୍ଭୀରଙ୍କ ଭିତରେ ଜୋରଦାର ଝଡ଼ଗଡ଼ା ଓ କଥା କଟାକଟି ହୋଇଥିଲା । ସେତେବେଳେ କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ଥିଲେ ଗୌତମ ଗମ୍ଭୀର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.