ସାମ୍ନାକୁ ଆସିଲା ରାଷ୍ଟ୍ରପତିଙ୍କ ଗସ୍ତର ଆଉ ଏକ ଅବ୍ୟବସ୍ଥାର ଚିତ୍ର ,ହେଲିକପ୍ଟର ସହ ସେଲଫି ନେଇ ଭାଇରାଲ କଲେ ଫାର୍ମାସିଷ୍ଟ

ରାଷ୍ଟ୍ରପତି ଯିବା ପରେ ହେଲିପ୍ୟାଡରେ ଡିଉଟି ପଡିଥିବା ଜଣେ ଫାର୍ମାସିଷ୍ଟ ଗୋଟିଏ ହେଲିକପ୍ଟର ନିକଟରେ ସେଲ୍ଫି ନେଇଥିଲେ । ଫଟଟୋକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଫାର୍ମାସିଷ୍ଟ । ରାଷ୍ଟ୍ରପତିଙ୍କ ସହ ୩ଟି ହେଲିକପ୍ଟର ଆସିଥିଲା ।ଯଶୋବନ୍ତ ବେହେରା ନାମକ ଏହି ଫାର୍ମାସିଷ୍ଟ ଗୋଟିଏ ହେଲିକପ୍ଟର ସାମନାରେ ଠିଆ ହୋଇ, ତାର ପାହାଚରେ ବସି ଓ ତାଉପରେ ହାତ ରଖି ଫଟୋ ଉଠାଇଥିଲେ ।

କେନ୍ୟୁଜ(ବ୍ୟୁରୋ):  ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ସେଲଫି । ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ବିଜୁଳି ଚାଲିଯିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ସେଲଫି ଘଟଣା ସାମନାକୁ ଆସିଛି । ଗତ ୫ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ଶିମିଳିପାଳ ପାଦ ଦେଶରେ ଥିବା ଛେଳିଗୁଦୁଲି ନିକଟରେ ପହଞ୍ଚିଥିଲେ ।

ସେଠାରୁ ସିଧାସଳଖ ରୋଡ୍‌ଡ୍‌ରେ ଅଭୟାରଣ୍‌ଣ୍ୟ ଭିତରକୁ ପ୍ରବେଶ କରିଥିଲେ । ରାଷ୍ଟ୍ରପତି ଯିବା ପରେ ହେଲିପ୍ୟାଡରେ ଡିଉଟି ପଡିଥିବା ଜଣେ ଫାର୍ମାସିଷ୍ଟ ଗୋଟିଏ ହେଲିକପ୍ଟର ନିକଟରେ ସେଲ୍ଫି ନେଇଥିଲେ । ଫଟଟୋକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଫାର୍ମାସିଷ୍ଟ । ରାଷ୍ଟ୍ରପତିଙ୍କ ସହ ୩ଟି ହେଲିକପ୍ଟର ଆସିଥିଲା ।

ଯଶୋବନ୍ତ ବେହେରା ନାମକ ଏହି ଫାର୍ମାସିଷ୍ଟ ଗୋଟିଏ ହେଲିକପ୍ଟର ସାମନାରେ ଠିଆ ହୋଇ, ତାର ପାହାଚରେ ବସି ଓ ତାଉପରେ ହାତ ରଖି ଫଟୋ ଉଠାଇଥିଲେ । କଡ଼ା ସୁରକ୍ଷା ବଳୟ ଭେଦି କିଭଳି ହେଲିକପ୍ଟର ସାମନାରେ ବସି ଫଟୋ ଉଠାଇଲେ ? ଫାର୍ମାସିଷ୍ଟ କହିଛନ୍ତି, ଏକ ଅଭୁଲା ସ୍ମୃତି ଭାବେ ଫଟୋ ରଖିବାକୁ ଚାହିଁ ଏଭଳି କରିଥିଲେ । ପରେ ନିଜ ଫେସ୍‌ବୁକ ଆକାଉଣ୍ଟରୁ ଫଟୋ ସବୁକୁ ଡିଲିଟ୍‌ କରି ଦେଇଛନ୍ତି ଯଶୋବନ୍ତ । ଅନୁମତି ନେଇ ଫଟୋ ଉଠାଇଥିବା କହୁଥିବା ବେଳେ ତାଙ୍କୁ ଏଥିପାଇଁ କିଏ ଅନୁମତି ଦେଲା ? ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.