ପାନୀୟ ଜଳ ପ୍ରକଳ୍ପରୁ ବେଧଡକ ଚୋରି ହେଉଛି କପର ତାର, ଥାନାରେ ଏତେଲା ପରେ ମଧ୍ୟ ପୋଲିସ୍ ହାତ ଖାଲି

କାମାକ୍ଷାନଗର ବ୍ଲକର ପ୍ରାୟ ୫ରୁ ଊର୍ଦ୍ଧ୍ବ ପାନୀୟ ଜଳ ପ୍ରକଳ୍ପରେ ବ୍ଯବହୃତ ହୋଇଥିବା କପର ତାରକୁ ଦୁର୍ବୁତମାନେ ଚୋରିକରି ନେଇଛନ୍ତି। ଫଳରେ ଲୋକମାନେ ବିଶୁଦ୍ଧ ପାନୀୟ ଜଳ ପାଇିଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କାମାକ୍ଷାନଗର(କେନ୍ୟୁଜ୍): ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକମାନଙ୍କୁ ବିଶୁଦ୍ଧ ପାନିୟ ଜଳ ଯୋଗାଇବାପାଇଁ କୋଟି କୋଟି ଟଙ୍କା ବ୍ଯୟରେ ବିଭିନ୍ନ ପ୍ରକଳ୍ପ ର୍ନିମାଣ କରି ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଇ ଦେଉଛନ୍ତି। ଲକ୍ଷ୍ୟ ରହିଛି ୨୦୨୪ ସୁଧା ପ୍ରତ୍ୟେକ ଲୋକଙ୍କ ଘରେ ଟ୍ଯାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିପାରିବ। ଏହି ଉଦେଶ୍ଯ ରଖି କାର୍ଯ୍ଯ ହେଉଥିବା ବେଳେ କିଛି ଦୁର୍ବୁତଙ୍କ ଟାର୍ଗେଟ ଏବେ ଏହି ପ୍ରକଳ୍ପରେ ଲଗାଯାଇଥିବା କପର ତାର ଉପରେ। ଯାହାକି କାମାକ୍ଷାନଗର ବ୍ଲକର ପ୍ରାୟ ୫ରୁ ଊର୍ଦ୍ଧ୍ବ ପ୍ରକଳ୍ପରେ ବ୍ଯବହୃତ ହୋଇଥିବାବେଳେ ସେହି ତାରକୁ ଏବେ ଦୁର୍ବୁତମାନେ ଚୋରିକରି ନେଇଛନ୍ତି। ଫଳରେ ଲୋକମାନେ ବିଶୁଦ୍ଧ ପାନୀୟ ଜଳ ପାଇିଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ଯୋଗାଣ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ପିଇବା ପାଣି ଠୋପେ ବିଭିନ୍ନ କୂଅ ପୋଖରୀରୁ ଦୂଷିତ ପାଣି ଉପରେ ର୍ନିଭରଶୀଳ।

ପ୍ରକଳ୍ପ ଗୁଡିକରୁ ରିତିମତ ଭାବେ ତାର ଚୋରି ହେଉଥିବା ନେଇ ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ କାହାକୁ ଧରିବାରେ ସକ୍ଷମ ହୋଇନି। କିମ୍ବା ପୋଲିସ କପର ତାର ଚୋର ମାନଙ୍କୁ ଧରିବାରେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଇନାହିଁ। ତେଣୁ ଚୋର ମାନେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପରୁ ତାର ଚୋରି କରୁଛନ୍ତି।ଗୁଣ୍ଡିଚାନାଳି,ଜନ୍ତାରିବୋଲ,ଏକତାଳି,କନ୍ଦରସିଙ୍ଗା ଆଦି ସ୍ଥାନ ମାନଙ୍କରୁ ତାର କ୍ରମାଗତ ଭାବେ ଚୋରି ହୋଇଛି। ସାଧାରଣତ ପ୍ରକଳ୍ପ ଗୁଡିକ ଅଧିକାଂଶ ସ୍ଥାନରେ ଗ୍ରାମର ବାହାରେ ଓ ନଦିକୂଳ ମାନଙ୍କରେ ର୍ନିମାଣ ହୋଇଛି। ଏଠାରେ କୋଣସି ରାତ୍ର ଜଗୁଆଳି ରହୁନାହାଁନ୍ତି। ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ପ୍ରକଳ୍ପର କପର ତାର ଗୁଡିକ ଚୋରି କରୁଛନ୍ତି।

ଏହି କପର ତାର ଗୁଡିକ ବଜାର ଦରରେ ୨୦ ରୁ ୩୦ ହଜାର ଟଙ୍କା ହେଉଥିବାର ଜଣାପଡିଛି। ଏଠି ଏକ ଚୋର ରାକେଟ କାମ କରୁଥିବା ଅନୁମାନ କରାଯାଉଛି। ପୂର୍ବରୁ କେତେକ ପ୍ରକଳ୍ପ ରୁ ଚୋରି ହୋଇଥିବା ବେଳ ବିଭାଗ ତରଫରୁ ସେଠାରେ ତାର ଲଗାଯାଇ ପ୍ରକଳ୍ପ ଚାଲୁ କରାଯାଇଥିଲା।ପୂଣି ମଧ୍ୟ ତାର ଚୋରି ବଢିବାରେ ଲାଗିଛି। ତେଣୁ ତୁରନ୍ତ ଏହି ରାକେଟକୁ ଧରିବା ପାଇଁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ଉପଜିଲ୍ଲାପାଳ କହିଛନ୍ତି ପୋଲିସ ତରଫରୁ କଡା କାର୍ଯ୍ଯାନୁଷ୍ଠାନ ନେବା ସହ ପିଇବା ପାଣିର ଅସୁବିଧା ହେତୁ ଟ୍ଯାଙ୍କର ମାଧ୍ୟମରେ ପାଣି ଯୋଗାଇବାକୁ ବ୍ଯବସ୍ଥା କରାଯିବ।

ସରକାର ଯେତେ ପ୍ରକାରର ସୁବିଧା ଯୋଗଇ ଦେଲେ ମଧ୍ୟ କିଛ ଦୁର୍ବୁତଙ୍କ ଯୋଗୁ ପ୍ରକଳ୍ପ ଗୁଡକ ଅଚଳ ଅବସ୍ଥାରେ ପଡିରହିଛି। ତେଣୁ ତୁରନ୍ତ ପୋଲିସ ଏହି କପର ତାର ଚୋର ରାକେଟକୁ ଠାବକରି ଗିରଫ କରିବ ସହ ଅଚଳ ପ୍ରକଳ୍ପ ଗୁଡିକୁ ତରନ୍ତ ଚାଲୁ କରି ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇିଁ ସାଧାରଣରେ ଦାବି ହୋଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.