Below header

ଜହ୍ଲାଦ ସ୍ବାମୀର ବର୍ବର କାଣ୍ଡ, ସ୍ତ୍ରୀକୁ ଟିକଟିକ୍ କରି ହାଣି ଅଖାରେ ପ୍ୟାକ କରି ରଖିଥିଲା

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପଳାସିଆ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ମାମା ଦାସ । ଅଭିଯୁକ୍ତ ସ୍ୱାମୀ ପ୍ରଦୀପ ଦାସ ଓ ପରିବାର ଲୋକ ଫେରାର୍‌ ଅଛନ୍ତି ।

ଜଳେଶ୍ୱର(କେନ୍ୟୁଜ):  ଜଘନ୍ୟ ହତ୍ୟା । ସ୍ତ୍ରୀ ହନ୍ତାର ବର୍ବର କାଣ୍ଡ । ସ୍ତ୍ରୀକୁ ପିସ୍‌ ପିସ୍‌ କରି କାଟିଲା । ମୃତଦେହକୁ ଖଣ୍ଡ ଖଣ୍ଡ କରି ଅଖାରେ ଭର୍ତ୍ତି କଲା ସ୍ୱାମୀ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପଳାସିଆ ଗାଁରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ମାମା ଦାସ । ଅଭିଯୁକ୍ତ ସ୍ୱାମୀ ପ୍ରଦୀପ ଦାସ ଓ ଶ୍ୱଶୁର ଘର ଲୋକ ଫେରାର୍‌ ଅଛନ୍ତି । ବାପଘର ଲୋକ ଅଖାରେ ଭର୍ତ୍ତି ଥିବା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । କାହିଁକି ସ୍ତ୍ରୀକୁ ଏଭଳି ନିର୍ମମ ହତ୍ୟା କଲା ସ୍ୱାମୀ ? ଦାମ୍ପତ୍ୟ ଜୀବନରେ କଳହ ନା ପାରିବାରିକ ଅଶାନ୍ତି ? ସ୍ୱାମୀ ଏତେ ନିଷ୍ଠୁର ହେଲା କେମିତି ? ଯାହାକୁ ସାତଜନ୍ମର ସାଥି କରିଥିଲା ତାକୁ ମାରିବାକୁ ହାତ ଗଲା କେମିତି ? ଏମିତି କଣ ହେଲା ଯେ ମାମାଙ୍କୁ ଅତି ନିର୍ଦ୍ଦୟ ଓ ଅମାନୁଷିକ ଭାବରେ ହତ୍ୟା କଲା ସ୍ୱାମୀ । ଅଧିକ ଖୋଳତାଡ କରୁଛି ବସ୍ତା ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.