Below header

ଆହାନଙ୍କ ଫିଲ୍ମ ‘ତଡପ୍‌’ର ପ୍ରିମିୟରକୁ ଭାବିପତିଙ୍କ ସହ ହାତରେ ହାତ ଛନ୍ଦି ପହଞ୍ଚିଲେ ଅଥିଆ, ଫଟୋ ଭାଇରଲ

ବଲିଉଡ ଅଭିନେତ୍ରୀ ତଥା ସୁନୀଲ ଶେଟ୍ଟୀଙ୍କ ଝିଅ ଅଥିଆ ଶେଟ୍ଟୀ ଏବେ ନିଜ ସଂପର୍କକୁ ନେଇ ଚର୍ଚ୍ଚାରେ। ଭାରତୀୟ କ୍ରିକେଟର କେଏଲ୍‌ ରାହୁଲଙ୍କ ସହ ତାଙ୍କର ଲିଙ୍କ ଅପ୍‌ ଖବର କାହାକୁ ଅଛପା ନାହିଁ। ସବୁ ସ୍ଥାନରେ ଦୁହେଁ ଏକାଠି ଦେଖିବାକୁ ମିଳୁଛନ୍ତି। ଏବେ ଦୁହେଁ ନିଜ ସଂପର୍କକୁ ଅଫିସିଆଲ ଘୋଷଣା କରିଛନ୍ତି। ଏହି ଲଭବାର୍ଡସ ଫିଲ୍ମ ‘ତଡପ୍‌’ର ସ୍କ୍ରିନିଂ ସମୟରେ ଏକାଠି ନଜର ଆସିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି।

ପ୍ରଥମଥର ପାଇଁ ମିଡିଆ ସାମ୍ନାରେ ହାତରେ ହାତ ଧରି ନଜର ଆସିଛନ୍ତି କେଏଲ୍‌ ରାହୁଲ ଓ ଅଥିଆ। ନିକଟରେ ଅଥିଆଙ୍କ ଭାଇ ଆହାନ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ‘ତଡପ’ର ପ୍ରିମିୟର ହୋଇଥିଲା। ଏହି ପ୍ରିମିୟର ବେଳେ ପୂରା ଶେଟ୍ଟୀ ପରିବାର ଉପସ୍ଥିତ ଥିଲା। ଏଥିରେ ଭାବୀ ଜ୍ୱାଇଁ ପୁଅ କେଏଲ୍‌ ରାହୁଲ ମଧ୍ୟ ଯୋଗ ଦେଇଥିଲେ। ଅଥିଆ ଏବଂ କେଏଲ୍‌ ରାହୁଲ ଉଭୟଙ୍କୁ ଏକାଠି ଖୁଲମ୍‌ଖୁଲା ହୋଇ ହାତରେ ହାତ ଧରି ବୁଲିଥିଲେ।

 

View this post on Instagram

 

A post shared by Rahiyalover (@_rahiyalover)

କେଏଲ ରାହୁଲ କଳା ରଙ୍ଗ ଟି ସାର୍ଟ ସହିତ ସୁଟ୍‌ ପିନ୍ଧିଥିବା ବେଳେ ଅଥିଆ କଳା ରଙ୍ଗର ଡ୍ରେସ ପିନ୍ଧିଥିବା ନଜର ଆସିଛନ୍ତି। ସ୍କ୍ରିନିଂକୁ ଯିବା ପୂର୍ବରୁ ଦୁହେଁ ଫଟୋ କ୍ଲିକ କରିଥିଲେ। ଏହି ପ୍ରିମିୟର ଶୋ’ରେ ଅନେକ ବଡ ବଡ ସେଲେବ୍ରିଟି ପହଞ୍ଚିଥିଲେ। ସଲମାନ ଖାନ୍‌ଙ୍କ ଠାରୁ ଆରମ୍ଭ କରି ରିତେଶ, ଜେନେଲିଆ ମଧ୍ୟ ଆସିଥିଲେ। କିନ୍ତୁ କେଏଲ୍‌ ରାହୁଏ ଓ ଅଥିଆଙ୍କ ମଧ୍ୟରେ ଥିବା କେମେଷ୍ଟ୍ରି ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା।
ଫୋକସ ଷ୍ଟାର ଷ୍ଟୁଡିଓଜ ଦ୍ୱାରା ପ୍ରସ୍ତୁତ ଫିଲ୍ମ ସାଜିଦ ନାଡିୟାଡଓ୍ଵାଲା ଦ୍ୱାରା ନିର୍ମିତ ଏବଂ ମିଲନ ଲୁଥରିଆ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ଗତକାଲି ରିଲିଜ ହୋଇଛି।

 

View this post on Instagram

 

A post shared by Rahiyalover (@_rahiyalover)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.