ରେକର୍ଡ କଲେ ରୋନାଲ୍ଡୋ, ସାଜିଲେ ୮୦୦ ଗୋଲ କରିଥିବା ଦୁନିଆର ପ୍ରଥମ ଫୁଟବଲର

ପର୍ତ୍ତୁଗାଲ ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଆଉ ଏକ ରେକର୍ଡ କରିଛନ୍ତି। ରୋନାଲ୍ଡୋ ଇଂଲିଶ ପ୍ରିମିଅର ଲିଗ(EPL) ରେ ମଞ୍ଚେଷ୍ଟର ୟୁନାଇଟେଡ଼ ତରଫରୁ ଖେଳି ଆର୍ସେନଲ ବିରୋଧରେ ୨ଟି ଗୋଲ କରି ଏହି ରେକର୍ଡ କରିଛନ୍ତି। ରୋନାଲ୍ଡୋଙ୍କ ଟିମ ଏହି ମ୍ୟାଚ ୩-୨ରେ ଜିତିଛି । ସେ ୮୦୦ ଗୋଲ କରିଥିବା ଦୁନିଆର ପ୍ରଥମ ଫୁଟବଲର ହୋଇଛନ୍ତି। ଏବେ ଯାଏଁ ସେ ୮୦୧ ଗୋଲ କରିସାରିଛନ୍ତି।

ରୋନାଲ୍ଡୋ ମ୍ୟାଚର ପ୍ରଥମ ଗୋଲ ୫୨ମିନିଟରେ କରି ୮୦୦ ଗୋଲ୍‌ ପୂରଣ କରିଥିବା ବେଳେ ଦ୍ୱିତୀୟ ଗୋଲ୍‌ ୭୦ ମିନିଟରେ ପେନାଲଟି ଜରିଆରେ କରିଛନ୍ତି। ଏହାସହ ତାଙ୍କ ଗୋଲ ସଂଖ୍ୟା ୮୦୧ ହୋଇଯାଇଛି। ରୋନାଲ୍ଡୋ ୮୦୧ ଗୋଲ ମଧ୍ୟରୁ ମଞ୍ଚେଷ୍ଟର ୟୁନାଇଟେଡ଼ ପାଇଁ ୧୩୦ ଗୋଲ କରିଛନ୍ତି। ସେ ଦ୍ୱିତୀୟଥର ପାଇଁ ଏହି କ୍ଲବ ପାଇଁ ଖେଳୁଛନ୍ତି।

ଚଳିତ ବର୍ଷ ଫେବୃଆରୀରେ ଫେସବୁକ, ଇନଷ୍ଟାଗ୍ରାମ, ଟ୍ୱିଟରରେ ୫୦ କୋଟି ଫଲୋୟର୍ସ ହୋଇଥିବା ଦୁନିଆର ପ୍ରଥମ ବ୍ୟକ୍ତି ହୋଇଥିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ। ସେ ୫ଥର ଫୁଟବଲର ପ୍ରତିଷ୍ଠିତ Ballon d’Or ଆୱାର୍ଡ ଜିତିଛନ୍ତି। ଚଳିତବର୍ଷ ଆର୍ଜେଣ୍ଟିନାର ଲିୟୋନେଲ ମେସି ୭ଥର ଏହି ଆୱାର୍ଡ ଜିତିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.