ଢେଙ୍କାନାଳରେ ଚାଲିଥିବା ବେଆଇନ କ୍ରସରକୁ ୫ କୋଟି ଟଙ୍କାର ଜରିମାନା, ଦଣ୍ଡିତ କଲେ ଜାତୀୟ ଗ୍ରୀନ୍ ଟ୍ରିବୁନାଲ

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ଜିଲ୍ଲାରେ ଚାଲିଥିବା ବେଆଇନ କ୍ରସରକୁ ୫ କୋଟି ଟଙ୍କାର ଜରିମାନା । ପରିବେଶରେ ହୋଇଥିବା କ୍ଷତିର ଭରଣା ପାଇଁ ସଂପୃକ୍ତ କ୍ରସର କମ୍ପାନୀକୁ ଦଣ୍ଡିତ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ । ଏକ ମାସ ମଧ୍ୟରେ ଏହି ୫ କୋଟି ଟଙ୍କା ରାଜ୍ୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ନିକଟରେ ଜମା ଦେବାକୁ କ୍ରସର କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଟଙ୍କାରେ ସେହି ଅଞ୍ଚଳରେ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ଜରିଆରେ ପରିବେଶର ପୁନରୁଦ୍ଧାର କରାଯିବ । ଜାତୀୟ ଗ୍ରୀନ ଟ୍ରିବୁନାଲ ଏହି ଦାୟିତ୍ୱ ୫ ଜଣିଆ କମିଟିକୁ ପ୍ରଦାନ କରିଛନ୍ତି । ଉକ୍ତ କମିଟିରେ ଢେଙ୍କାନାଳ ଜିଲ୍ଲାପାଳ, ବନବିଭାଗ,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ପରିବେଶ ପ୍ରଭାବ ଆକଳନ ପ୍ରାଧିକରଣ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.