Below header

ବାଜାରରେ ବିଜନେସ୍ କରୁଛନ୍ତି ସୈଫ୍

ମୁମ୍ବାଇ : ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ବାଜାରର ଟ୍ରେଲର । ଫିଲ୍ମରେ ମୁଖ୍ଯ ଚରିତ୍ରରେ ନଜର ଅସିଛନ୍ତି ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ । ୩ମିନିଟିର ଏହୀ ପିଲ୍ମ ଟ୍ରେଲରଟି ଦେଖିବାକୁ କାଫି ରୋମାଞ୍ଚକର ରହିଛି । ଏଥିରେ ଦମଦାର ଡାଏଲଗ, ଆକ୍ସନ ସହ ଶୁଣିବାକୁ ମିଳିଛି ହନି ସିଂଙ୍କ ର‍୍ୟାପ ଓ ମ୍ୟୁଜିକ୍‌ ।

ପିଲ୍ମରେ  ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନେତ୍ରୀ ରାଧିକା ଆପଟେ, ଚିତ୍ରାଙ୍ଗଦା ସିଂଙ୍କୁ ଦେଖିବାକୁ ମିଳିବ। ତେବେ ଏହି ଫିଲ୍ମରୁ ବିଟାଉନରେ ପାଦ ରଖିବାକୁ ଯାଉଛନ୍ତି ବିନୋଦ ମେହରାଙ୍କ ପୁଅ ରୋହନ ବିନୋଦ ମେହେରା । ବିଜନେସ ମ୍ୟାନ୍‌ ଚରିତ୍ରରେ ଅଭିନୟ କରିଛନ୍ତି ସୈଫ୍‌ । ରେସ୍‌ -ଟୁ ପରେ ପୁଣି ଏକ ଦମଦାର ଓ ଷ୍ଟାଇଲିଷ୍ଟ୍‍ ଲୁକ୍‌ରେ ସେ ନଜର ଆସିଛନ୍ତି । ଗୌରବ ଚାଓ୍ଵଲା ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ  ୨୬ଅକ୍ଟୋବରରେ ଏହା ବଡ ପରଦାକୁ ଆସିବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.