ମୁମ୍ବାଇ, ଦିଲ୍ଲୀ ପରେ ଚେନ୍ନାଇରେ ଇନଭେଷ୍ଟର୍ସ ମିଟ୍‌, ଓଡ଼ିଶା ସରକାର ନିବେଶକଙ୍କୁ କରିବେ ସାହାଯ୍ଯ

ଭୁବନେଶ୍ବର(କେନ୍ଯୁଜ୍) : ଓଡ଼ିଶା ସରକାର ନିବେଶକଙ୍କୁ ଦେବେ ସବୁ ପ୍ରକାର ସାହାଯ୍ୟ । ଯାହା ଆଉ କେଉଁଠୁ ମିଳିବନି । ଚେନ୍ନାଇ ଇନଭେଷ୍ଟର୍ସ ମିଟ୍‌ରେ ଏଭଳି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିବେଶକମାନଙ୍କୁ ରାଜ୍ୟରେ ଥିବା ଭିତ୍ତିଭୂମି ଓ ନିବେଶ ସୁଯୋଗର ତାଲିକା ଦେଇଛନ୍ତି ସରକାର । ଶିଳ୍ପ ପ୍ରତିଷ୍ଠା ସମ୍ଭାବନା ସମ୍ପର୍କରେ କିଛି ଟପ୍‌ ଇଣ୍ଡଷ୍ଟ୍ରି କ୍ୟାପଟେନ୍‌ଙ୍କ ସହ ଆଲୋଚନା ବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

make in odisha

ମୁମ୍ବାଇ, ଦିଲ୍ଲୀ ପରେ ଚେନ୍ନାଇରେ ଇନଭେଷ୍ଟର୍ସ ମିଟ୍‌ । ଓଡ଼ିଶାରେ ବିକାଶ ଓ ରାଜ୍ୟରେ ଥିବା ସମ୍ଭାବନା, ନିବେଶକଙ୍କ ଆଗରେ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା । ପ୍ରମୁଖ ଆଲୁମିନିୟମ୍‌ ଓ ଷ୍ଟିଲ୍‌ କମ୍ପାନୀଙ୍କ ଘର ହେଲାଣି ଓଡ଼ିଶା । ଭିତ୍ତିଭୂମି କ୍ଷେତ୍ରକୁ ତାଙ୍କ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୋର୍ଟ କାପାସିଟି ୧୦ ଗୁଣା ଓ ବିଦ୍ୟୁତ୍‌ ଉତ୍ପାଦନ ବଢ଼ିଛି ୩ ଗୁଣା । ଚେନ୍ନାଇ ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ଗଭରମେଣ୍ଟ ଅଫ୍‌ ଓଡ଼ିଶା-ସିଙ୍ଗଲ ଓ୍ଵିଣ୍ଡୋ ପୋର୍ଟାଲ୍‌ ଫର୍‌ ଇନଭେଷ୍ଟର ଫେସିଲିଟେସନ୍‌ ଏଣ୍ଡ ଟ୍ରାକିଂ ବା ଗୋ ସ୍ୱିଫ୍ଟ ଜରିଆରେ ୪ ହଜାର ନିବେଶ ପ୍ରସ୍ତାବ ଆସିଛି । ମାତ୍ର ୧୦ ମାସରେ ଏତେ ସଂଖ୍ୟକ ପ୍ରସ୍ତାବ ଆସିବା ଦର୍ଶାଉଛି, ଓଡ଼ିଶା ପ୍ରତି ନିବେଶକ ଆଗ୍ରହ ବଢ଼ିଛି ।

ମାନବ ସମ୍ବଳ ବିକାଶ କ୍ଷେତ୍ରରେ ସ୍କିଲ୍‌ଡ୍‌ ଇନ ଓଡ଼ିଶା ଗ୍ଲୋବାଲ ବ୍ରାଣ୍ଡ ହେବାକୁ ଯାଉଛି । ଇନଭେଷ୍ଟର୍ସ ମିଟ୍‌ରେ ଓଡ଼ିଶାହ ସହ ଜଡ଼ିତ ବହୁ ଶିଳ୍ପପତି ଓ ଇଣ୍ଡଷ୍ଟ୍ରି କ୍ୟାପ୍‌ଟେନ ଯୋଗ ଦେଇଥିଲେ । କମ୍‌ ଖର୍ଚ୍ଚରେ ବ୍ୟବସାୟ ଅନୁକୂଳ ପରିବେଶ, ନିବେଶକାରୀଙ୍କୁ ପ୍ରୋତ୍ସାହନ ସୁବିଧାକୁ ଫୋକସ୍‌ କରାଯାଇଥିଲା । ରାଜ୍ୟ ସରକାରଙ୍କ ପାଖରେ ୧ ଲକ୍ଷ ୨୦ ହଜାର ଏକର ଲ୍ୟାଣ୍ଡ ବ୍ୟାଙ୍କ ଥିବା ଶିଳ୍ପପତିମାନଙ୍କୁ ଜଣାଯାଇଛି ।

make in odisha 3

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେଶର କିଛି ଇଣ୍ଡଷ୍ଟ୍ରି କ୍ୟାପଟେନ୍‌ଙ୍କ ସହ ଆଲୋଚନା ବି କରିଥିଲେ । ଏମାନଙ୍କ ଭିତରେ ଥିଲେ ରାମ୍‌କୋ ଗ୍ରୁପ ଅଧ୍ୟକ୍ଷ ପି. ଆର୍‌. ଭେଙ୍କଟରାମା ରାଜା, ଶ୍ରୀରାମ ଗ୍ରୁର ଅଧ୍ୟକ୍ଷ ଆର୍‌. ତ୍ୟାଗରାଜନ୍‌, ଚେଟ୍ଟିନାଡ୍‌ ଗ୍ରୁପ୍‌ ଏମ୍‌ଡି ଏମ୍‌ଏଏମ୍‌ଆର୍‌ ମୁଥିୟା, ବନାରୀ ଅମନ୍‌ ଫୁଡ୍‌ ପ୍ରଡକ୍ଟ ଏମ୍‌ଡି ଏସ୍‌. ଭି. ବାଲାକ୍ରିଷ୍ଣନ୍‌, କେଭିନ୍‌ କେୟାର ଇଣ୍ଡିଆ ସିଏମ୍‌ଡି ସି. କେ. ରଙ୍ଗନାଥନ୍‌ । ରାଜ୍ୟରେ ପୁଞ୍ଜି ନିବେଶ ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ ଆୟୋଜିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.