Below header

ହାଡଭଙ୍ଗା ଜାଡରେ ବି କାମ ଜାରି ରଖିଛନ୍ତି ବିଗ ବି ଅମିତାଭ ବଚ୍ଚନ

ବିଗ ବି ଅମିତାଭ ବଚ୍ଚନଙ୍କୁ ୭୭ ବର୍ଷ ବୟସ ହେଲାଣି । କିନ୍ତୁ ଏହି ବୟସରେ ବି ସେ ବସି ଯାଇନାହାନ୍ତି କି ନିଜ କାମ କରିବା ବନ୍ଦ ମଧ୍ୟ କରିନାହାନ୍ତି । କିଛି ଦିନ ପୂର୍ବରୁ ବି ସେ ଅସୁସ୍ଥ ହୋଇଯାଇଥିବା ଖବର ପ୍ରକାଶ ଆସିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ବିଗ ବି ହିମାଚଳ ପ୍ରଦେଶସ୍ଥିତ ମନଲିରେ ନିଜ ଆଗାମୀ ଫିଲ୍ମ ବ୍ରହ୍ମସ୍ତ୍ରର ସୁଟିଂ କାମରେ ବ୍ୟସ୍ତ ଅଛନ୍ତି । ଚଳିତ ଋତୁରେ ଏହି ଅଞ୍ଚଳର ତାପମାତ୍ରା ମାଇନସ ଡିଗ୍ରୀରେ ପହଁଚିଯାଇଥାଏ । ଏହି ସମୟରେ ସେଠାକାର ପାହାଡିଆ ଅଞ୍ଚଳରେ ଖୁବ ବରଫ ପାତ ହୋଇଥାଏ ଓ ଖୁବ ଜବରଦସ୍ତ ଥଣ୍ଡା ମଧ୍ୟ ପଡିଥାଏ । ଏହି ସମୟରେ ବିଗ ବି ନିଜକୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଉପାୟ ମାନ ମଧ୍ୟ ଅବଲମ୍ବନ କରିଛନ୍ତି । ଏଥିପାଇଁ ବିଗ ବିଙ୍କୁ ଭାରି ଜ୍ୟାକେଟ ସହ ଓଜନଦର ଟୋପି ମଧ୍ୟ ପିନ୍ଧିବାକୁ ପଡୁଛି ।

ଏହା ସହ ପଢନ୍ତୁ: ବିବାହ ବାର୍ଷିକୀରେ ଭିଡିଓ ସେୟାର କଲେ ପ୍ରିୟଙ୍କା, ନିକ୍‌ଙ୍କୁ ଦେଲେ ଏଭଳି ମେସେଜ୍‌

ନିଜେ ଏକ ଜ୍ୟାକେଟ ଓ ଟୋପି ପିନ୍ଧି ଇନ୍ଷ୍ଟଗ୍ରାମରେ ଫୋଟୋ ଛାଡିବା ସହ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି । ମାଇନସ ଡିଗ୍ରୀ କଂପକମ୍ପା ଦେନେଵାଲା ଥଣ୍ଡ , ଓ ପ୍ରୋଟେକ୍ଟିଭ ଗିୟର । ବିଗ ବିଙ୍କ ଏହି ପୋଷ୍ଟରେ ତାଙ୍କ ଝିଅ ଶ୍ଵେତା ବଚ୍ଚନ ଲେଖିଛନ୍ତି “ଡାଡି କୁଲ” । ସୂଚନା ଅନୁଯାୟୀ ଶ୍ଵେତା ନିଜ ପିତାଙ୍କର ଖୁବ ଗେଲ୍ହା ହୋଇଥାନ୍ତି । ସେ ପ୍ରାୟ ସମୟରେ ନିଜ ପିତାଙ୍କ ଫୋଟୋ ଉପରେ କମେଣ୍ଟ ମଧ୍ୟ ଦେଇଥାନ୍ତି । ଅମିତାଭ ଅଭିନୀତ ବ୍ରହ୍ମସ୍ତ୍ରରେ ରଣବୀର କପୁର ଓ ଆଲିୟା ଭଟ୍ଟ ମଧ୍ୟ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ଦେଉଥିବା ବେଳେ ଏଥିରେ ମୌନି ରାୟ ମଧ୍ୟ ଏକ ଗରୁତ୍ବପୁର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.