ଯାଜପୁର: ଗଡଜିତ୍‌ରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ୍, ମାହାଙ୍ଗାକୁ ପରାସ୍ତ କରି ମୁଗୁପାଳ ଟିମ୍ ଚାମ୍ପିଅନ୍

ଯାଜପୁର(କେନ୍ୟୁଜ୍‌): ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅଚ୍ୟୁତବସନ୍ତ ପଂଚାୟତ ଗଡଜିତ୍‌ଠାରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଥ ବାର୍ଷିକ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ୍ । ସ୍ଥାନୀୟ ସିଦ୍ଧବଟ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ୍ ୮ଟି ଦଳ ଅଂଶଗ୍ରହଣ କରିଥିଲେ ।

ଅନୁଷ୍ଠିତ ଫାଇନାଲ ମ୍ୟାଚ ମୁଗୁପାଳର ପ୍ରଗତି ସ୍ପୋର୍ଟିଂ ଓ ମାହାଙ୍ଗାର ରକେଟ୍ ସ୍ପୋର୍ଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲେ । ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ମାହାଙ୍ଗା ଟିମକୁ ୨-୦ ସେଟ୍‌ରେ ମୁଗୁପାଳ ଦଳ ପରାସ୍ତ କରି ଚଳିତ ବର୍ଷ ପାଇଁ ଚାମ୍ପିଅନ ହୋଇଛି ।

volley ball jajpur

କ୍ଲବର ସଂପାଦକ ଶରିତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ପିସିସି ସାଧାରଣ ସଂପାଦକ ଶୁଭେନ୍ଦୁ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜୟୀ ମୁଗୁପାଳ ଦଳକୁ ଚାମ୍ପିଅନ୍ ଟ୍ରଫି ଓ ଉପବିଜେତା ମାହାଙ୍ଗା ଦଳକୁ ରନରର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲେ । ଏଥିସହ କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଂଚଳର ସଫଳ କ୍ରୀଡାବିତ୍‌ଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଦିବାରାତ୍ର ଖେଳକୁ ବହୁ କ୍ରୀଡାପ୍ରେମୀ ଉପଭୋଗ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ଘରୋଇ ଗଡଜିତ ଦଳ ସମେତ ଭଦ୍ରକ, ଜୟପୁର, ପଣସପୁର, କଂଟାପାଟଣା, ନେଉଳପୁର ଭଳି ପ୍ରମୁଖ ଦଳ ଅଂଶଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.