Below header

ଲକ ଡାଉନ ସମୟରେ ଅନଲାଇନ ଜରିଆରେ ପାଠ ପଢୁଛନ୍ତି ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନ୍ନା

ନିଜକୁ ସବୁଠୁ ବେଷ୍ଟ କରି ଗଢିବା ପାଇଁ ବଲିଉଡ ଅଭିନେତା ଆୟୁସ୍ମାନ ଖୁରନା ଅଧିକାଂଶ ସମୟରେ ନୂଆ ନୂଆ କଥା ଜାଣି ବାକୁ ଚେଷ୍ଟା କରିଥାନ୍ତି ।  କରୋନା ଭାଇରସ କାରଣରୁ ବର୍ତ୍ତମାନ ସମୟରେ ଆୟୁସ୍ମାନ ରେଡ ଜୋନରେ ଫସି ଯାଇଛନ୍ତି । ଏମିତି ଏକ ସମୟରେ ନିଜକୁ ଶାନ୍ତ ରଖିବା ସହ ନିଜ ଜ୍ଞାନକୁ ବଢାଇବା ପାଇଁ ଆୟୁସ୍ମାନ “ଭାରତର ଇତିହାସ” ବିଷୟରେ ପାଠପଢା ଆରମ୍ଭ କରିବେ ବୋଲି ସ୍ଥିର କରିଛନ୍ତି । ଏଥିପାଇଁ ଏକ ଅନଲାଇନ କୋର୍ସରେ ବି ଆଡ଼ମିଶନ ନେଇ ସାରିଛନ୍ତି ଆୟୁସ୍ମାନ । ଏବାବଦରେ ପଚରା ଯିବାରୁ ନିଜେ ଆୟୁସ୍ମାନ କହିଛନ୍ତିକି, ମୁଁ ସବୁବେଳେ ନିଜକୁ ଅଧିକ ଭଲ କରି ଗଢି ତୋଳିବା ପାଇଁ ଚେଷ୍ଟା କରି ଥାଏ ।

ତାଙ୍କ ମତରେ ଆମେ ଯେବେ ଯେତେ ବେଳ ଯାଏଁ ଜୀବିତ ଥାଉ , ସେବେ ଯାଏଁ ନୂଆ ନୂଆ ଜ୍ଞାନ ଲାଭ କରିବାର ସୁଯୋଗ ଆମ ପାଖରେ ଥାଏ । ଆୟୁସ୍ମାନ ଆହୁରି ମଧ୍ୟ କହିଛନ୍ତିକି, ମୁଁ ଭାରତୀୟ ଇତିହାସକୁ ଭଲ ପାଏ । ଏବାବଦରେ ଅଧିକରୁ ଅଧିକ ଜାଣିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛି । ଆମ ଇତିହାସ ଖୁବ ଆକର୍ଷକ ଓ ସମୃଦ୍ଧ । ଏବେକା ସମୟରେ ମୋ ପାଖରେ ଖୁବ ଖାଲି ସମୟ ଥିବାରୁ ମୁଁ ଇତିହାସ ପଢିବା ପାଇଁ ଅପେକ୍ଷା କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.