ଖୁସି ଖବର : ଇଜ୍ରାଏଲ୍‌ ନିର୍ମାଣ କଲା କରୋନା ଭାଇରସ୍‌ର ଟୀକା, ଘୋଷଣା କଲେ ରକ୍ଷା ମନ୍ତ୍ରୀ ନାଫତାଲି ବେନେଟ୍‌

ଇସ୍ରାଏଲ୍‌ : କରୋନା ଭାଇରସ୍‌ର ଟୀକା ନିର୍ମାଣ ପାଇଁ ସାରା ବିଶ୍ୱ ଏବେ ଏକ ହୋଇଯାଇଛି । ହେଲେ ଟୀକା ବିକଶିତ କରିବା ନେଇ କୈାଣସି ଦେଶ ସଫଳ ହୋଇ ନାହାଁନ୍ତି । ମାତ୍ର ନିଜର ଜ୍ଞାନ କୈାଶଳ ପାଇଁ ଚର୍ଚ୍ଚିତ ଥିବା ଇସ୍ରାଏଲ୍‌ କରୋନା ଟୀକା ବିକଶିତ କରିଛି ବୋଲି ଦାବି କରିଛି ।

ଏ କଥା କହିଛନ୍ତି ଇସ୍ରାଏଲ୍‌ର ଖୋଦ୍‌ ରକ୍ଷା ମନ୍ତ୍ରୀ ନାଫ୍‌ତାଲି ବେନେଟ୍‌ । ସେ କହିଛନ୍ତି ଇସ୍ରାଏଲ୍‌ର ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ବାୟୋଲୋଜିଟୀକାକାଲ୍‌ ରିସର୍ଚ୍ଚ(ଆଇଆଇବିଆର୍‌) କରୋନା ଭାଇରସ୍‌ର ଆଣ୍ଟିବଡ଼ି ସଫଳତାର ସହ ବିକଶିତ କରିପାରିଛନ୍ତି ।

israel-2

ଯାହାଫଳରେ ଟୀକା ପ୍ରସ୍ତୁତ ହେବାର ସମସ୍ତ ଦିଗ ଖୋଲିଯାଇଛି । ଏବେ ଏହାର ପେଟେଣ୍ଟ ଓ ଉତ୍ପାଦନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି ରକ୍ଷା ମନ୍ତ୍ରୀ କହିଛନ୍ତି । ଇସ୍ରାଏଲ୍‌ର ଆଇଆଇବିଆର୍‌ ଏକ ଗୁପ୍ତ ସଂସ୍ଥାନ ।

ସାଧାରଣତଃ ଏଠାରେ ହେଉଥିବା ପରୀକ୍ଷଣ ବିଷୟରେ ବିଶ୍ୱର କୈାଣସି ଦେଶ ସୁରାକ ପାଇ ନଥାନ୍ତି । ଯେତେବେଳେ ଖୋଦ୍‌ ରକ୍ଷାମନ୍ତ୍ରୀ ଟୀକା ବିଷୟରେ ଘୋଷଣା କରି ସାରା ବିଶ୍ୱକୁ ଖୁସି ଖବର ଦେଇଛନ୍ତି ଏଥିରେ ସତ୍ୟତାର ବାସ୍ନା ନିଶ୍ଚେ ଅଛି ବୋଲି ଧରିନେବାକୁ ହେବ ।

ଏହି ଖବର ଟାଇମ୍ସ ଅଫ୍‌ ଇସ୍ରାଏଲ୍‌ର େଓ୍ଵବ୍‌ସାଇଟ୍‌ ସମେତ କେତକ ମିଡିଆରେ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.