Below header

ରାଜ୍ୟରେ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ବାଲେଶ୍ୱର ଜିଲ୍ଲାରୁ ଦୁଇ ଜଣ ଓ କଟକ ଜିଲ୍ଲାରୁ ଜଣଙ୍କ ଆସିଛି ପଜିଟିଭ୍‌

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଉ ତିନି ଜଣ କରୋନା ଆକ୍ରାନ୍ତ । ବାଲେଶ୍ୱର ଜିଲ୍ଲାରୁ ଦୁଇ ଜଣ ଓ କଟକ ଜିଲ୍ଲାରୁ ଜଣଙ୍କର ରିପୋର୍ଟ ଆସିଛି ପଜିଟିଭ୍‌ । ଏହାସହ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । କଟକ ତିଗିରିଆ ଅଞ୍ଚଳର ୩୪ ବର୍ଷିୟ ଯୁବକଙ୍କ ପଜେଟିଭ ଆସିଥିବା ବେଳେ ବାଲେଶ୍ବରର ୫୦ ବର୍ଷିୟ ମହିଳା ଓ ୨୬ ବର୍ଷିୟ ଯୁବକଙ୍କ ନମୁନା ପଜେଟିଭ ଆସିଛି।     ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି । ବାଲେଶ୍ୱର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୩ ଛୁଇଁଥିବା ବେଳେ ଚାରି ଜଣ ଆରୋଗ୍ୟ ଲାଭ କରିଛନ୍ତି । ଆକ୍ଟିଭ କେସ୍‌ ରହିଛି ୧୯ । କଟକ ଆକ୍ରାନ୍ତ ସୁରତରୁ ଫେରିଥିବା ବେଳେ ବାଲେଶ୍ୱର ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.