Below header

ଭାରତ ସରକାରଙ୍କ ବଡ଼ ଘୋଷଣା, ସ୍ୱତନ୍ତ୍ର ବିମାନରେ ଫେରିବେ ଆମେରିକାରେ ଫସିଥିବା ଭାରତୀୟ

କରୋନା ମହାମାରୀ ଯୋଗୁ ସାରା ଦୁନିଆରେ ଏବେ ଚଳାଚଳ ଠପ୍ ହୋଇଛି। ଲୋକମାନେ ଯିଏ ଯେଉଁଠି ଅଛନ୍ତି ସେମାନେ ସେଠାରେ ରହିଛନ୍ତି। ତେବେ ଇତି ମଧ୍ୟରେ ଭାରତ ଆମେରିକାରେ ଫସିଥିବା ହଜାର ହଜାର ଭାରତୀୟଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ କେବେ ଫେରାଇ ଅଣାଯିବ ସେନେଇ ଏପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା ହୋଇନାହିଁ।

ସ୍ୱତନ୍ତ୍ର ବିମାନ ଯୋଗେ ସାନଫ୍ରାନସିସକୋ, ନ୍ୟୁୟର୍କ, ସିକାଗୋ ଓ ୱାସିଙ୍ଗଟନରେ ଫସିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯିବ ବୋଲି ସୂଚନା ମିଳିଛି। ତେବେ ଚଳିତ ସପ୍ତାହରେ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଥମେ ସାନଫ୍ରାନସିସକୋରୁ ଭାରତୀୟଙ୍କୁ ଅଣାଯିବ ବୋଲି ଜଣାଯାଇଛି।

Airlines like American and United don't have concrete plans to ...

ସୋମବାର ଦିନ ଭାରତ ସରକାର ଘୋଷଣା କରିଥିଲେ ଯେ ବିଦେଶରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ସରକାର ଯୋଜନା କରୁଛନ୍ତି। ଏହା ମେ ୭ରୁ ଆରମ୍ଭ ହେବ। ଆମେରିକାରେ ଥିବା ଭାରତର ଦୂତାବାସରେ ଏନେଇ ଭାରତୀୟମାନେ ବିବରଣୀ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକ ଛାତ୍ର ଓ ପୁରୁଷ ଅଛନ୍ତି। ସୂଚନାଯୋଗ୍ୟ ଯେ ଆମେରିକାରୁ ଆସିବାକୁ ଥିବା ଲୋକଙ୍କୁ ପ୍ରଥମେ କ୍ୱାରେଣ୍ଟାଇନରେ ରଖାଯିବ। ତା’ ପରେ ହିଁ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ମିଳିବ। ତେବେ ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.