Below header

ସୁପ୍ରିମକୋର୍ଟର ଐତିହାସିକ ରାୟ ପରେ କରଣ ଜୋହରଙ୍କ ସମେତ ଏହି କଳାକାର ଦେଲେ ପ୍ରିତିକ୍ରିୟା

ମୁମ୍ବାଇ : ସୁପ୍ରିମକୋର୍ଟ ଆଜି ଆଇପିସି ଧାରା ୩୭୭ ଉପରେ ସାର୍ବଜନିକ ସ୍ଥରରେ ନିଜର ରାୟ ଘୋଷଣା କରିଛନ୍ତି।  ସୁପ୍ରିମକୋର୍ଟର ରାୟ ଅନୁଯାୟୀ, ଏକାନ୍ତ ଦୁଇ ବ୍ଯକ୍ତିଙ୍କ ମଧ୍ୟରେ ତାଙ୍କ ଇଛାରେ ହୋଇଥିବା ସମ୍ବନ୍ଧ ଅପରାଧ ନୁହଁ। କିନ୍ତୁ ଏଥି ଅନ୍ତର୍ଗତ ପଶୁଙ୍କ ସହ ସଂପର୍କ ସ୍ଥାପନ ଅପରାଧ ଭାବେ ଗଣାଯିବ।

ଆଜି ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏବଂ ଜଷ୍ଟିସ୍ ଏଏମ୍ ଖାନୱିଲକର ରାୟ ଘୋଷଣା କରିଥିଲେ । ତେବେ କୌଣସି ପଶୁ ସହ ଯୌନ ସମ୍ପର୍କକୁ ୩୭୭ ଧାରା ଅନୁଯାୟୀ ଅପରାଧ ଭାବେ ଗ୍ରହଣ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଏହି ରାୟରେ ଖୁସି ହୋଇ ବଲିଉଡ଼ର ପ୍ରସିଦ୍ଧ ଫିଲ୍ମ ର୍ନିମାତା କରଣ ଜୋହର ଟ୍ବିଟ୍ ଯୋଗେ ନିଜର ଖୁସି ବ୍ଯକ୍ତ କରିଛନ୍ତି। ସେ ଲେଖିଛନ୍ତି ଐତିହାସିକ ନିର୍ଣ୍ଣୟ!! ଆଜି ଆମେ ଗର୍ବିତ, ସମଲିଙ୍ଗତାକୁ ପାଇଁ ୩୭୭ ଧାରାର ଏହି ରାୟ ବାସ୍ତବରେ ପ୍ରଶଂସନୀୟ। ଦେଶକୁ ତାହାର ନିଶ୍ବାସ ଫେରି ଆସିଲା।

ଖାଲି କରଣ ନୁହଁ ବଲିଉଡ଼ର ଅନ୍ଯନ୍ଯା କଳାକାର ମାନେ ମଧ୍ୟ ଏନେଇ ପ୍ରତିକ୍ରିୟା ବ୍ଯକ୍ତ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.