Below header

ଫସିଲେ ରଣବୀର : ଜବରଦଖଲ ନେଇ ନୋଟିସ୍ ଜାରି, ୫୦ଲକ୍ଷ କ୍ଷତିପୁରଣ ଦାବି

ମୁମ୍ବାଇ : ସଞ୍ଜୁ ଫିଲ୍ମର ବ୍ଲକବ୍ଲାଷ୍ଟର ହିଟ ପରେ ଏବେ ବିବାଦ ଫସିଛନ୍ତି ରଣବୀର କପୁର। ତାଙ୍କ ବିରୋଧରେ ଏକ ମାମଲା ଦାୟର ହେବା ସହ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରାଯାଇଛି। ଅସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ଘଟଣା।

ପୁଣେରେ ଅଭିନେତା ରଣବୀରଙ୍କ ଏକ ଫ୍ଲାଟ ରହିଛି। ଯାହାକୁ ସେ ଜଣେ ବ୍ୟକ୍ତିଙ୍କୁ ଲିଜରେ ଦେଇଛନ୍ତି। କିନ୍ତୁ ଏବେ ତାଙ୍କ ବିରୋଧରେ ଫ୍ଲାଟକୁ ଲିଜରେ ନେଇଥିବା ବ୍ୟକ୍ତି ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ , ରଣବୀର ରେଣ୍ଟ ଏଗ୍ରିମେଣ୍ଟ ଭାଙ୍ଗିଛନ୍ତି। ଏଗ୍ରିମେଣ୍ଟ ପୁରା ହେବା ପୂର୍ବରୁ ହିଁ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା ଅଭିଯୋଗ ହୋଇଛି। ରଣବୀରଙ୍କ ବିରୋଧରେ ସିଭିଲ କୋର୍ଟରେ ଅଭିଯୋଗ କରି ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ଅଭିଯୋଗକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.