Below header

ଫିଲ୍ମ ସତ୍ୟମେବ୍ ଜୟତେ ବିରୋଧରେ ମାମଲା

ମୁମ୍ବାଇ : ଫିଲ୍ମ ସତ୍ୟମେବ୍ ଜୟତେ ଫଲ୍ମ ପାଇଁ ଖରାପ ଖବର। ଫିଲ୍ମ ବିରୋଧରେ ରୁଜୁ ହୋଇଛି ମାମଲା। ଫିଲ୍ମଟି ଗୋଟେ ସଂପ୍ରଦାୟର ଧାର୍ମିକ ଭାବନାକୁ ଆଘାତ କରୁଥିବା ଦର୍ଶାଇ ଫିଲ୍ମର ନିର୍ମାତାଙ୍କ ବିରୋଧରେ ସେୟଦ ଅଲ୍ଲୀ ଜାଫରି ନାମକ ଜଣେ ବ୍ୟକ୍ତି ମାମଲା ଦାୟର କରିଛନ୍ତି। ପୂର୍ବରୁ ହାଇଦ୍ରାବାଦର ଜଣେ ବିଜେପି ନେତା ଫିଲ୍ମ ବିରୋଧରେ ଅଭିଯୋଗ ଆଣିଥିଲେ କି ଫିଲ୍ମର କିଛି ଦୃଶ୍ୟ ଗୋଟେ ସଂପ୍ରଦାୟର ଧାର୍ମିକ ଭାବନାକୁ ଆଘାତ କରିଛି। ଆଉ ଏବେ ପୁଣି ଏକ ଅଭିଯୋଗ ଅଡୁଆରେ ପକେଇଛି ପ୍ରଯୋଜନା ସଂସ୍ଥାକୁ । ଅନ୍ୟପଟେ ଜନଙ୍କୁ କାଫି ଦମଦାର ଲୁକରେ ଦେଖିବାକୁ ମିଳିଛି ଟ୍ରେଲରରେ । ଏହାସହ ଶୁଣିବାକୁ ମିଳୁଛି ହେଭି ୱେଟ୍ ଡାଏଲଗ । ଅନ୍ୟାୟ ଦୁର୍ନୀତି ବିରୋଧରେ ଜନଙ୍କୁ ସ୍ୱର ଉଠାଉଥିବା ଦେଖିବାକୁ ମିଳିଛି । ଟ୍ରେଲରରେ ରହିଛି ଜବରଦସ୍ତ ଆକ୍ସନ୍ । ଜନଙ୍କ ବ୍ୟତୀତ ମନୋଜ ବାଜପେୟୀ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ୧୫ଅଗଷ୍ଟରେ ରିଲିଜ୍ ହେଉଥିବା ବେଳେ ଗୋଲ୍ଡକୁ ଟକ୍କର ଦେବ ସତ୍ୟମେବ୍ ଜୟତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.