Below header

ଅମିଷା ପଟେଲଙ୍କ ନାମରେ ଓ୍ଵାରେଣ୍ଟ ଜାରି, ଜାଣନ୍ତୁ କ’ଣ ରହିଛି ମାମଲା

ଚର୍ଚ୍ଚାରେ ଅଭିନେତ୍ରୀ ଅମିଷା ପଟେଲ । ଫିଲ୍ମ ନୁହେଁ ବରଂ ଠକେଇକୁ ନେଇ ଏବେ ଫସିଛନ୍ତି । ଠକେଇ ଓ ଚେକ୍‌ ବାଉନ୍ସ ମାମଲାରେ ତାଙ୍କ ନାମରେ ଓ୍ଵାରେଣ୍ଟ ଜାରି କରିଛି ରାଞ୍ଚିର ଏକ କୋର୍ଟ ।

ଦୀର୍ଘଦିନ ପରେ ପରଦାକୁ ଫେରୁଛନ୍ତି ଗଦର ଫେମ୍‌ ଅମିଷା ପଟେଲ । ଫିଲ୍ମ ‘ଗଦର ୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅମିଷା । କିନ୍ତୁ ଫିଲ୍ମ ନୁହେଁ ଠକେଇ ଓ ଚେକ୍‌ ବାଉନ୍ସ ମାମଲାରେ ଅମିଷା ପଟେଲଙ୍କ ନାମରେ ଓ୍ଵାରେଣ୍ଟ ଜାରି ହୋଇଛି । ଅଭିନେତ୍ରୀ ଅମିଷା ପଟେଲ ଏବଂ ବିଜନେସ ପାର୍ଟନର କୁନାଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ଓ୍ଵାରେଣ୍ଟ ଜାରି କରିଛି ।

ଝାଡ଼ଖଣ୍ଡର ଅଜୟ କୁମାର ସିଂହ ନାମକ ଜଣେ ଫିଲ୍ମ ପ୍ରଯୋଜକଙ୍କ ଅଭିଯୋଗ ଆଧାରରେ କୋର୍ଟ ଏହି ୱାରେଣ୍ଟ ଜାରିଛନ୍ତି। ସେ ଅମିଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନରଙ୍କ ବିରୋଧରେ ଠକେଇ, ଧମକ ଦେବା ଓ ଚେକ୍ ବାଉନ୍ସ ହେବା ନେଇ ମାମଲା ରୁଜୁ କରିଥିଲେ।

ଏହି ମାମଲାରେ ଅମିଷା ଓ ତାଙ୍କ ବିଜନେସ ପାର୍ଟନରଙ୍କୁ କୋର୍ଟ ସମନ ଜାରି କରିଥିଲେ। ତା’ ସତ୍ତ୍ୱେ ଅଭିନେତ୍ରୀ ଜଣକ କୋର୍ଟକୁ ଆସି ନଥିଲେ କି ତାଙ୍କ ଓକିଲଙ୍କୁ ପଠାଇ ନଥିଲେ। ତେଣୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣୁ ଏପ୍ରିଲ ୧୫ ତାରିଖରେ ହେବ।

ଅଜୟ କୁମାର ସିଂହ କହିଛନ୍ତି ଯେ ‘ଦେଶୀ ମ୍ୟାଜିକ୍ ନାଁରେ ଏକ ଫିଲ୍ମ ତିଆରି କରିବା ଓ ତା’ର ପବ୍ଲିସିଟି କରିବା ପାଇଁ ଅମିଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନର ତାଙ୍କ ଠାରୁ ଅଢ଼େଇ କୋଟି ଟଙ୍କା ନେଇଥିଲେ। ଫିଲ୍ମ ଶୁଟିଂ ଶେଷ ହୋଇଗଲେ ସେମାନେ ସୁଧ ସହିତ ଅଢ଼େଇ କୋଟି ଟଙ୍କା ଫେରାଇ ଦେବେ ବୋଲି କହିଥିଲେ।

୨୦୧୩ରେ ଫିଲ୍ମଟିର ଶୁଟିଂ ଆରମ୍ଭ ହୋଇଥିଲା। କିନ୍ତୁ ଫିଲ୍ମଟି ଆଜି ଯାଏ ରିଲିଜ ହୋଇନି। ଏଣୁ ସେ ଅମିଷାଙ୍କୁ ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ଅମିଷା ତାଙ୍କୁ ପଇସା ନ ଫେରାଇ ୨୦୧୮ରେ ଦୁଇଟି ଚେକ୍ ଦେଇଥିଲେ। ଗୋଟିଏ ଅଢ଼େଇ କୋଟି ଟଙ୍କାର ଓ ଆଉ ଗୋଟିଏ ୫୦ ଲକ୍ଷ ଟଙ୍କାର। କିନ୍ତୁ ଦୁଇଟି ଯାକ ଚେକ୍ ବାଉନ୍ସ ହୋଇଯାଇଥିଲା।

ଏହା ପରେ ଅଜୟ ଅମିଷା ପଟେଲଙ୍କ ବିରୋଧରେ କୋର୍ଟରେ କେସ୍‌ କରିଥିଲେ । ଅଭିନେତ୍ରୀଙ୍କ ବିରୋଧରେ ସିଆରପିସି ଧାରା ୪୨୦ ଏବଂ ୧୨୦ ଅଧିନରେ ମାମଲା ରୁଜୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.