ବଡ ଅଘଟଣ: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ଜଳିଗଲେ ୪ ପିଲା

ଡେରାଡୁନରେ ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ଜଳିଗଲେ ୪ ଶିଶୁ । ଦୁଇ ମହଲା ଘର ପୋଡି ଛାରଖାର ।

ଉତ୍ତରାଖଣ୍ଡର ଡେରାଡୁନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ନେଲା ୪ ଶିଶୁଙ୍କ ଜୀବନ । ଡେରାଡୁନର ଚକରାତା ତହସିଲର ତୁଣି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ନିଆଁ ଲାଗିବା ଯୋଗୁଁ ୪ ଜଣ ପିଲା ସେଥିରେ ଫଶି ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । ଦୀର୍ଘ ୫ ଘଣ୍ଟା କରି ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । କିନ୍ତୁ ଭୟଙ୍କର ନିଆଁ ଜୀବନ ସହିତ ସଂପୂର୍ଣ୍ଣ ଘର ମଧ୍ୟ ପୋଡି ନଷ୍ଟ ହୋଇଯାଇଛି ।

ସୂଚନା ମୁତାବକ, ଉତ୍ତରାଖଣ୍ଡର ଚମରାତାରେ ଗତକାଲି ସନ୍ଧ୍ୟା ସମୟରେ ଏକ ଭୟଙ୍କର ଅଘଟଣ ଦେଖିବାକୁ ମିଳିଥିଲା । ଗ୍ୟାସ ସିଲିଣ୍ଡର ଫାଟିବା କାରଣରୁ ଅଚାନକ ଗୋଟିଏ ଦୁଇ ମହଲା କୋଠାରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ପାଣି ଟ୍ୟାଙ୍କର ପହଞ୍ଚିଥିଲେ ମଧ୍ୟ ଟ୍ୟାଙ୍କର ଛୋଟ ଥିବା କାରଣରୁ ନିଆଁକୁ ଆୟତ୍ତ କରିବା ଅସମ୍ଭବ ହୋଇପଡ଼ିଥିଲା । ଫଳରେ ବେଳକୁ ବେଳ ନିଆଁ ଉଗ୍ରରୂପ ଧାରଣ କରିଥିଲା ।

ତେବେ ଏହି ନିଆଁରେ ଘର ଭିତରେ ଶୋଇଥିବା ୪ ଜଳି ଯାଇଥିଲେ । ମୃତ ଶିଶୁଙ୍କ ଜଣଙ୍କର ବୟସ ଅଢ଼େଇ ବର୍ଷ, ସାଢ଼େ ୫ ବର୍ଷ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ୯ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଉଦ୍ଧାର କାର୍ଯ୍ୟ ଶୀଘ୍ର ସାରିବା ପାଇଁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ନିଆଁ ଲାଗିବା ଯୋଗୁଁ ପୋଲିସ ପ୍ରଶାସନ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ତେବେ ଗ୍ୟାସ ସିଲିଣ୍ଡର ଫାଟିବା କଥା ଲୋକେ ଅନୁମାନ କରି କହୁଛନ୍ତି। କିନ୍ତୁ ପ୍ରକୃତ କାରଣ ଏପର୍ଯ୍ୟନ୍ତ କ’ଣ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.